ମୁଖ୍ୟ ଖବର ନାବାଳିକା ଖୁସି ହତ୍ଯା ଘଟଣା – ଅଭିଯୁକ୍ତ ସୌମ୍ଯ କଲା କ୍ରାଇମ ସିନ୍ ରିକ୍ରିଏସନ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ ସଫଳ ହୋଇଛି । ତାକୁ ଗତକାଲି ଝାରସୁଗୁଡା ଅଂଚଳରୁ ଧରିବା ପରେ ଆଜି ଅନୁଗୋଳ ସଦର ଥାନାକୁ ଅଣା ଯାଇଥିଲା । ଅପରାହ୍ନରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ରାଇମ ସିନ୍ ରିକ୍ରିଏସନ କରିଛି । ସଦର ଥାନା ପୁଲିସ ପ୍ରାୟ ୩ ଟା ବେଳେ ଅଭିଯୁକ୍ତ ସୌମ୍ଯ ରଞ୍ଜନ କୁଇଓ ଗାଁକୁ ନେଇଥିଲା । କାଳେ କୌଣସି ଅପ୍ରିତିକର ପରିସ୍ଥିତି ଘଟିବ ସେଥିପାଇଁ ଗାଁରେ ବ୍ଯାପକ ପୁଲିସ ମୃତୟନ କରା ଯାଇଥିଲା । ସୁରକ୍ଷାବଳୟ ଭିତରେ ସୌମ୍ଯ ଗାଁରେ ପହଂଚି ଗାଁକୁ କିଭଳି ମୋଟରସାଇକେଲରେ ଆସି କେଉଁଠି ମୋଟରସାଇକେଲ ରଖିଥିଲା , ଆଉ କିଭଳି ଘର ଭିତରକୁ ଯାଇ ଖୁସିକୁ ହତ୍ଯା କରିଥିଲା ତାର ଡେମୋ ଦେଖାଈଥିଲା । ପରେ ପୁଲିସ ପୁଣି ଥାନାକୁ ନେଇ ଅଧିକ ପଚରାଉଚୁରା ଜାରି ରଖିଛି । Advertisement
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…
ଦୁର୍ଘଟଣାରେ ତିନି ମୋଟରସାଇକେଲ ଆରୋହି ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଜାତୀୟ ରାଜପଥ 55ରେ ସଡ଼କ ଦୁର୍ଘଟଣା । ଏକ ପରିବା ବୋଝେଇ ପିକ ଅପ ଭ୍ୟାନ ଧକ୍କାରେ 3 ଜଣଙ୍କ…
ବଜ୍ରପାତରେ ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ ଗାଁରେ ଆଜି ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ…