ଅନୁଗୁଳ – ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଛି । ଏପରିସ୍ଥଳେ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଓଏଚପିସିର ମାନବ ସମ୍ବଳ ଅଧିକାରିଣୀ ନୀଳିମା ଦେବନାଥଙ୍କ ଜାଲ ଜାତି ପ୍ରମାଣପତ୍ର ଦେଇ ଚାଲିରି କରି ଧାରା ପଡିଛନ୍ତି । ସେ ତାଙ୍କ ଚାକିରି ଆରମ୍ଭରେ ଏକ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ନେଇ ଦୁଇଜଣ ସୂଚନା ଅଧିକାର କର୍ମୀ ତଥ୍ୟ ପାଇବା ପରେ ୨୦୧୬ ମସିହା ରେ ଏକ ମାମଲା କରିଥିଲେ । ଏହି ମାମଲାର ତଦନ୍ତ କରି ଆରଡିସି କଟକ , ନୀଳିମା ଙ୍କୁ ଚାକିରିରୁ ବିଦା କରିବା ସହ ନେଇଥିବା ବେତନ ରାଶି ଫେରସ୍ତ ଓ ଜାଲ୍ ଜାତି ପ୍ରମାଣପତ୍ରରେ ଚାକିରି କରିଥିବାରୁ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆରଡ଼ିସିଙ୍କ ନିର୍ଦ୍ଦେଶ ପରେ କର୍ପୋରେଟ ଅଫିସ ଭୁବନେଶ୍ୱର ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ନିର୍ଦେଶକ ମାନବସମ୍ବଳ ବିଭାଗ ପତ୍ରସଂଖ୍ୟା ୨୭୦୧ ଅନୁସାରେ ରେଙ୍ଗାଳି ଜଳ ବିଦ୍ୟୁତ ନିଗମ ବରିଷ୍ଠ ସାଧାରଣ ପରିଚାଳକ ୮ ଏପ୍ରିଲ୍ ୨୦୨୫ ରେ ନୀଳିମା ଦେବନାଥଙ୍କୁ ଚାକିରିରୁ ବହିଷ୍କୃତ କରିବା ସହିତ ଚାକିରି ଜୀବନରେ ନେଇଥିବା ଆର୍ଥିକ ଲାଭାଂଶ ଫେରସ୍ତ ପାଇଁ ଚିଠି କରିଥିବା ନେଇ ଓଏଚପିସି ର ବରିଷ୍ଠ ସାଧାରଣ ପରିଚାଳକ ସରୋଜ ବହିଦାର ଏନେଇ ସୂଚନା ଦେଇଛନ୍ତି ।
ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରିରୁ ହେଲେ ବିଦା
