ମୁଖ୍ୟ ଖବର ରାଜପଥରେ ଥିବା ଦୋକାନ ଆଗରେ ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ Angul OnlineMarch 25, 2023March 25, 2023 ଅନୁଗୋଳ – ଯିଏ ଯେଉଁଠି ପାରିଲା ଗାଡି ଥୋଇଲା , ଦୋକାନ ଓ ବଜାରକୁ ସଉଦା ପାଇଁ ଗଲା । ଦୋକାନ ଘର ନିର୍ମାଣ ପାର୍କିଂ ବ୍ୟବସ୍ଥା କରୁ ନାହାନ୍ତି । ଫଳରେ ରାସ୍ତା ଉପରେ ଗରାଖ ଗାଡି ରଖୁଛନ୍ତି । ଏଭଳି ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ପାକିଂ କରିବା ଦ୍ବାରା ଜନସାଧାରଣ ମାନଙ୍କ ଯାତାୟାତାରେ ଅସୁବିଧା ହେବା ସହିତ ବହୁତ ସମୟରେ ଦୁର୍ଘଟଣା ଯୋଗୁଁ ପ୍ରାଣହାନି ମଧ୍ୟ ଘଟୁଛି । ଏହାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଏହି କରାଣ ଯୋଗୁଁ ଘଟୁଥିବା ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ କମ୍ କରିବା ପାଇଁ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଜରପଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ ଓ ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଅବସ୍ଥାପିତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନମାନେ ନିଜ ନିଜର ଅନୁଷ୍ଠାନକୁ ଆସୁଥିବା ସମସ୍ତ ଗାଡି ଗୁଡିକର ସଠିକ୍ ପାର୍କିଂ କରିବା ଉପରେ ବ୍ୟବସାୟ ଅନୁଷ୍ଠାନମାନେ ଦାୟିତ୍ବ ନେବାକୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦେଶ ଦେଇଛନ୍ତି । ଏହି ଆଦେଶକୁ ଅବମାନନା କଲେ ଭଊୟ ଚାଳକ ଓ ଅନୁଷ୍ଠାନର ମାଲିକ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି । Advertisement
ପ୍ଲାଷ୍ଟିକ ଓ କାଗଜ କପ ବ୍ୟବହାର କଲେ ଦଣ୍ଡ,ନକଲେ ପୁରସ୍କାର ଅନୁଗୁଳ – ପ୍ଲାଷ୍ଟିକ ଗ୍ଲାସ ଏବଂ ପେପର କପ ବ୍ୟବହାର ଉପରେ କଠୋର ହୋଇଛି ଅନୁଗୁଳ ପୌରପାଳିକା । ପୌରପାଳିକା ପକ୍ଷରୁ ଆଜିଠାରୁ ଏହି ପ୍ଲାଷ୍ଟିକ ଓ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ ଅନୁଗୋଳ – ଅନୁଗୋଳ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ସରକାର ଦିନକୁ ତିନି ଓଳି ଖାଦ୍ୟର…
ଦାବି ମାନିଲା ପ୍ରଶାସନ – ହଟିଲା ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳରୁ ଛେଣ୍ଡିପଦା ସଂଯୋଗ କରୁଥିବା ୬୩ ନମ୍ବର ରାଜ୍ୟ ରାଜପଥର ଜରାସିଂହା ଗ୍ରାମ ମଧ୍ୟ ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଛି ।…