ଟେଷ୍ଟିଂ ପାଇଁ ହେଉଛି ଭିଡ଼ – ଲାଇନ ଲଗାଇଲା ଆଧାର କାର୍ଡ

ଟେଷ୍ଟିଂ ପାଇଁ ହେଉଛି ଭିଡ଼ – ଲାଇନ ଲଗାଇଲା ଆଧାର କାର୍ଡ

ଅନୁଗୁଳ – ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆ ଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ ବି ସେତିକି ଗୁରୁତ୍ୱ ଦିଆଯାଉଛି । କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଯେମିତି ଭିଡ଼ ଦେଖିବାକୁ ମିଳୁଛି ଟେଷ୍ଟିଂ ପାଇଁ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି । ଭିଡ଼ ଯୋଗୁଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବାଢିବାର ଆଶଙ୍କା ମଧ୍ୟ ରହୁଛି ରହୁଥିବାରୁ ଅନୁଗୁଳ ଜିଲ୍ଲା କୋଶଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଲୋକେ ଟେଷ୍ଟିଂ ପାଇଁ ଆସିଥିବା ବେଳେ ଅଭିନବ ଉପାୟରେ ଧାଡ଼ି କରିଥିବା ଦେଖିବାକୁ ମିଳିଛି।ଲୋକମାନେ ନିଜେ ଧାଡ଼ିରେ ଛିଡ଼ା ନହୋଇ ସାଙ୍ଗରେ ଆଣିଥିବା ନିଜ ନିଜ ଆଧାର କାର୍ଡ ଗୁଡ଼ିକୁ ଲାଇନରେ ପଛକୁ ପଛ ରଖିଥିଲେ । ଆଧାର କାର୍ଡ ଯେପରି ପବନରେ ଉଡ଼ି ନଯିବ ସେଥିପାଇଁ ତା’ଉପରେ ଛୋଟ ଛୋଟ ପଥର ରଖି ଦେଇଥିଲେ । କେହି କେହି ନିଜ ବ୍ୟାଗକୁ ଧାଡ଼ିରେ ରଖିଥିଲେ । ଯାହାର ଭିଡିଓ ଭାଇରାଲ ହେଉଛି।  ତେବେ ଟେଷ୍ଟିଂ ସକାଳ ୯ ପରେ ଆରମ୍ଭ ହେଉଥିବା ବେଳେ ରାତି ୪ ଟାରୁ ଲୋକ ଆସି ଜଗି ରହୁଥିବାରୁ ଏଭଳି ଭିଡ ହେଉଛି ବୋଲ ଜଣା ପଡ଼ିଛି । ତେବେ ଏତେ ଡେରିରେ ଟେଷ୍ଟି ହେଉଥିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply