ଖେଳ ଓ ଖେଳାଳି ହକି ୱାର୍ଲଡ଼ କପର ପ୍ରଚାର ପ୍ରସାର ପାଇଁ ପ୍ରଶାସନର ଉଦ୍ୟମ Angul OnlineJanuary 4, 2023January 4, 2023 ଅନୁଗୁଳ – ସାରା ଓଡ଼ିଶାରେ ଏବେ ହକି ଫିବର । ଓଡ଼ିଶାରେ ହେବାକୁ ଥିବା ପୁରୁଷ ୱାର୍ଲଡ଼ କପ ହକି ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଥିବା ବେଳେ ଏହାର ପ୍ରଚାର ଓ ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଲୋକଙ୍କୁ ହକି ୱାର୍ଲଡ଼ କପ ସମ୍ପର୍କରେ ସଚେତନ କରିବା ପାଇଁ ଆଗେଇ ଆସିଛି । ଏଥିପାଇଁ ପ୍ରତ୍ୟେକ ସହର ଗାଁରେ ବୁଲି ବୁଲି ସମସ୍ତ ଘର ଆଗରେ ଷ୍ଟିକରିଙ୍ଗ କରାଯାଇଛି । ଏହା ସହ ଆଜିଠାରୁ ଏକ ରଥ ବାହାରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲା ସାରା ବୁଲି ଲୋକଙ୍କୁ ଘରେ ଟିଭିରେ ହେଉ କିମ୍ବା ଷ୍ଟାଡିଅମକୁ ଯାଇ ହକି ଦେଖିବାକୁ ଅନୁରୋଧ କରିବ । Advertisement
ଓପି ଜିନ୍ଦଲ କପ – ଝାରସୁଗୁଡା ଚମ୍ପିୟାନ , ବାଗଡିଆ ରନର୍ସ ଅପ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲର ଫାଇନାଲରେ ଝାରସୁଗୁଡା ଦଳ ବାଗେଡ଼ିଆକୁ ୨ – ୧ ଗୋଲରେ ପରାସ୍ତ କରି…
ଓଡ଼ିଶା ଡିଫ୍ ଟାଇଗର ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡ଼ିଆରେ ଓଡ଼ିଶା ବଧିର କ୍ରିକେଟ ସଂଘ ଆନୁକୂଲ୍ୟରେ ଫେବୃଆରୀ ୩ ତାରିଖ ଠାରୁ ଆୟୋଜିତ ହୋଇଥିବା ପ୍ରଥମ ଓଡିଶା ଟ୍ବେଣ୍ଟି-୨୦ ବଧିର…
ଜିଲ୍ଲାସ୍ତରୀୟ ଫିଫା ବିଶ୍ୱକପ ଆୟୋଜିତ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଫିଫା ମହିଳା ବିଶ୍ଵକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି…