ମୁଖ୍ୟ ଖବର ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ Angul OnlineAugust 20, 2022August 20, 2022 ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ ଡ୍ୟାମ୍ ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସିଥିଲା । ଏହି ସମୟରେ ପରତରା ଗ୍ରାମର ଜଣେ ଯୁବକ ଗାଧୋଉଥିବା ବେଳେ ବଢି ପାଣି ରେ ଭାସି ଯାଇଥିଲେ । ପାଣିରେ ପ୍ରାୟ ଦୁଇ କିଲୋମିଟର ଭାସିଯିବା ପରେ , ଜରାସିଂହା ଗ୍ରାମର କିଛି ଲୋକ ସେ ପାଣିରେ ଭାସି ଆସୁଥିବାର ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଏକତ୍ରିତ ହୋଇ ସାହସ କରି ବଢ଼ି ପାଣିରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ମଧ୍ୟ ହୋଇଥିଲେ । ବର୍ତ୍ତମାନ ତାର ସ୍ବାସ୍ଥ୍ୟ ବ୍ୟବସ୍ଥା ଠିକ୍ ଅଛି । ଯୁବକ ଜଣଙ୍କ ପରତରା ଗ୍ରାମର ୧୪ ବର୍ଷୀୟ ଅନିଲ ନାଏକ ବୋଲି ଜଣା ପଡିଛି । ତେବେ ଲୋକ ମାନଙ୍କ ସାହସିକତା ଯୋଗୁଁ ଆଜି ଅନୁଗୁଳ ଜିଲ୍ଲାରେ ଦୁଇ ଦୁଇଟି ଜୀବନ ବଞ୍ଚି ଯାଇଛି । Advertisement
ସଂଗ୍ରାମର ମାଟି ଅନୁଗୁଳ – ମୁଖ୍ୟମନ୍ତ୍ରୀ 👉 ୧୮୦୦ କୋଟି ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ 👉 ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ…
ଜମିବିକ୍ରି ବେଳେ ଉତ୍ତରାଧିକାରୀ ପ୍ରମାଣପତ୍ର ଜାଲିଆତି – ୫ଜଣଙ୍କ ନାମରେ ମାମଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗ । ଏ ନେଇ ଆଜି(ଶୁକ୍ରବାର) ଛେଣ୍ଡିପଦା ତହସିଲଦାର ଥାନାରେ ଜଣାଇବା ପରେ ପୁଲିସ…
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…