ସମସ୍ୟା ପ୍ରଶାସନ କଲା ଅଣଦେଖା – ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ Angul OnlineSeptember 23, 2021September 23, 2021 ଆଠମଲ୍ଲିକ – ଗତ ଲଘୁଚାପ ବର୍ଷା ଯୋଗୁଁ ପ୍ରବଳ ପାଣି ସୁଅରେ ପୋଲ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ ଯିବା ଆସିବା କରିବାରେ ହଇରାଣ ହେଲେ । ଏଥିପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରାଇ ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲର ତୁରନ୍ତ ମରାମତି ପାଇଁ ଦାବି କରିଥିଲେ । ହେଲେ ପ୍ରଶାସନ ସେ ଦିଗରେ ପଦକ୍ଷେପ ନେଇ ନଥିଲା । ଫଳରେ ବାଧ୍ୟହୋଇ ସ୍ଥାନୀୟ ଲୋକେ ନିଜେ ଏକାଠି ହୋଇ ପୋଲ ମରାମତି କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତ ପିତାଳିବାହାଳ ବିପ୍ରଡିହ ରାସ୍ତାରେ । ଏହି ରାସ୍ତାରେ ଥିବା ବଡତଇଲା ପୋଲ ଜଙ୍ଗଲ ବିଭାଗ ଅଧୀନରେ ରହିଥିବା ବେଳେ ଏହି ରାସ୍ତା ଉପରେ ପିତାଳିବାହାଳ, ବିପ୍ରଡିହ, ତରଣ୍ଡା ଆଦି ଗ୍ରାମବାସୀ ଯାତାୟତ ପାଇଁ ନିର୍ଭରଶୀଳ । ତେବେ ବର୍ଷା ଯୋଗୁଁ ବଡତଇଲା ନାଳ ଉପରେ ଥିବା ପୋଲର କିଛି ଅଂଶ ଧୋଇ ଯାଇଥିଲା । ପ୍ରଶାସନ ଏହାର ମରାମତି କରୁ ନ ଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ମଙ୍ଗଳବାର ତରଣ୍ଡା ଓ ବିପ୍ରଡିହ ଗ୍ରାମବାସୀ ଏକଜୁଟ ହୋଇ ପୋଲ ମରାମତି କରିଛନ୍ତି । ଏହି ରାସ୍ତାକୁ ପୂର୍ତ୍ତ ବିଭାଗରେ ଅନ୍ତର୍ଭୁକ୍ତ କରି ପିଚୁ କରିବାକୁ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଏଥପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । Advertisement
ବଳରାମ କୋଇଲାଖଣି ସଂପ୍ରସାରଣ ପାଇଁ ଆୟୋଜିତ ଜନଶୁଣାଣୀକୁ ବିରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ଅବସ୍ଥିତ ମହାନଦୀ କୋଲଫିଲଡସ କମ୍ପାନୀର ବଳରାମ କୋଇଲାଖଣି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନିଜର…
ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ…
ତହସିଲ କାର୍ଯ୍ୟାଳୟ ସମୁଖରେ ୯ ଦଫା ଦାବି ନେଇ ଗ୍ରାମବାସୀଙ୍କ ବିକ୍ଷୋଭ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ କାରଡାବାହାଳ, ଥଳିପଶି, ବିମ୍ବାଧରପୁର, ବ୍ରାହ୍ମଣବିଲ ଆଦି ମୈାଜାରେ ଥିବା ନୟନୀ କୋଲ ବ୍ଲକ୍କୁ କୋଇଲା ଉତ୍ତୋଳନ ପାଇଁ…