ମୁଖ୍ୟ ଖବର ବିବାହ ପରେ ପରେ କନ୍ୟା ଫେରାର Angul OnlineMarch 9, 2023March 9, 2023 କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି । ସୂଚନା ଅନୁସାରେ , ପାଲଲହଡ଼ା ଅଞ୍ଚଳରୁ ବର ଯାତ୍ରୀ ଦଳ ବୁଧବାର କଣିହାଁ ଅଞ୍ଚଳକୁ ଆସିଥିଲେ । ବାଜା ବାଣ ବଜାଇ ବରଯାତ୍ରୀ ଆସିବା ସହ ଧୁମ୍ ଧାମରେ ଉଭୟ ପକ୍ଷଙ୍କ ସହଯୋଗରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁବାର କନ୍ୟାକୁ ଶାଶୁ ଘର ଛାଡ଼ିବା ପାଇଁ କନ୍ୟା ଯାତ୍ରୀଙ୍କ ପାଇଁ ବିଭିନ୍ନ ଗାଡି ବ୍ୟବସ୍ଥା ସହିତ ଝିଅକୁ ଦିଆ ଯାଉଥିବା ଉପହାର ସାମଗ୍ରୀ ଗାଡ଼ିରେ ଲଦା ହୋଇଥିଲା । ବିବାହିତ ନବ ବଧୁଙ୍କୁ ଛାଡି ପାଇଁ କନ୍ୟା ପକ୍ଷର ବନ୍ଧୁ ବାନ୍ଧବ ମଧ୍ୟ ଏକାଠି ହୋଇଥିଲେ । ଏପରି ପରିସ୍ଥିତିରେ କନ୍ୟାଙ୍କ ଦେଖା ନମିଳିବାରୁ ନିରାଶ ଭାବ ସୃଷ୍ଟି ହୋଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ କନ୍ୟା ନ ମିଳିବା ପରେ ସେ ଅନ୍ୟ କାହା ସହ ପଳାଇଥିବା ଚର୍ଚ୍ଚା ହୋଇଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ଶାଶୁ ଘରେ ବର ରହିଥିବା ବେଳେ କିଛି ବ୍ୟକ୍ତି କନ୍ୟାର ସାନ ଭଉଣୀଙ୍କୁ ବିବାହ ଉଦ୍ୟମ ଚାଲିଥିବା ଶୁଣିବାକୁ ମିଳୁଛି । Advertisement
ସରିଲା ତାଳଚେରର ଗଣପର୍ବ ଗଣେଷ ପୂଜା – ୮ଲକ୍ଷ ୭୦ ହଜାରରେ ଲଡୁ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରୁ ଆଜି(ଶନିବାର) ବିଦାୟ ନେଇଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା…
ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ…
ଜଳବନ୍ଦୀ ଅଞ୍ଚଳରେ ଜିଲ୍ଲାପାଳ – ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବୁଝିଛନ୍ତି । ସେ…