ମୁଖ୍ୟ ଖବର ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ Angul OnlineSeptember 28, 2021September 28, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର ଘରୁ ମାଟି ଦବିଥିଲା । ପ୍ରାୟ ୨ ଫୁଟରେ ୨ ଫୁଟ ଚଉଡାର ୧୦ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା । ଆଜି ପିତାମ୍ବର ଠାକୁର ଘରକୁ ପୂଜା କରିବାକୁ ଯାଇଥିବା ବେଳେ ଏଭଳି ମାଟି ଦବି ଥିବାର ସେ ଦେଖି ଡରି ଯାଇଥିଲେ । ଏପରିକି ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଥିବା ବେଳେ କୌଣସି ବଡ଼ ଅଘଟଣ ଘଟିବ ଚିନ୍ତା କରି ନିଜେ ରାଜ ମିସ୍ତ୍ରୀ ଡାକି ବାଲି ଫିଲିଙ୍ଗ କରିବା ସହ ସିମେଣ୍ଟ ଚଟାଣ କରି ଦେଇଥିଲେ । ଭୂତଳ କୋଇଲା ଖଣିରୁ କୋଇଲା ନେଇ ଯିବା ପରେ ସଠିକ ଭାବେ ବାଲି ଭର୍ତ୍ତି ହେଉ ନଥିବାରୁ ଏଭଳି ଘଟଣା ତାଳଚେର ଅଞ୍ଚଳରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । Advertisement
ମା ହିଙ୍ଗୁଳାଙ୍କ ଜନ୍ତାଳ ଯାତ୍ରା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି ।…
ପାଇପଲାଇନ ପାଇଁ ଖୋଳା ଯାଇଥିବା ଗାତରେ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି । ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା…
ପୁଲିସ ଏସ୍.ଆଇ ଓ ଏ.ଏସ୍.ଆଇ ସ୍ତରରେ ବଡ଼ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଏସ୍.ଆଇ ଓ ଏ.ଏସ୍.ଆଇ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଅନୁଗୁଳ ଜିଲ୍ଲା ଏସ୍.ପି. ସୁଧାଂଶୁ ଶେଖର…