ଆଞ୍ଚଳିକ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା Angul OnlineAugust 22, 2024August 22, 2024 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅଧୀନରେ ଆସୁଥିବା ମୂଷାପାପୁଲି ଗ୍ରାମବାସୀ ଫସଲକୁ ବଞ୍ଚେଇବା ପାଇଁ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ, ମୂଷାପାପୁଲି ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେବେ ଅଞ୍ଚଳରେ ହାତୀ ଉପଦ୍ରବ ବଢି ଚାଲିଛି । ଚାଷକୁ ଜଙ୍ଗଲୀ ହାତୀ ଉପଦ୍ରବ କରିବା ସହ ଘର ଭାଙ୍ଗି ଦେଇଛନ୍ତି । ଯାହା ଫଳରେ ଗ୍ରାମବାସୀ ବହୁତ ହଇରାଣ ହେଉଛନ୍ତି । ଗ୍ରାମବାସୀ ଅଭିଯୋଗ କଲେ କେହି ଶୁଣୁ ନଥିବା କହୁଛନ୍ତି । ମୂଷାପାପୁଲି ଗ୍ରାମକୁ ସୌରବାଡ ହେଲା ହାତୀ ପଶି ପାରିବ ନାହିଁ ଏବଂ ଫସଲ ବି ନଷ୍ଟ ହେବ ନାହିଁ । ସୌର ବାଡ଼ ପାଇଁ ବନ ବିଭାଗକୁ କହିଲା ପରେ ନ ଶୁଣିବାରୁ ବାଧ୍ୟ ହୋଇ ବନ ଖଣ୍ଡ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଏପଟେ ବନ ଅଧିକାରୀଙ୍କୁ ଏ ଘଟଣା ବିଷୟରେ ପଚାରିବାରୁ ଆଜି ସେହି ଅଞ୍ଚଳରୁ ହାତୀ କୁ ଘଉଡାଇ ଦିଆ ଯିବ, ସୌର ବାଡ଼ ପାଇଁ ସର୍ଭେ ହୋଇ ସାରିଛି ବହୁତ ଶିଘ୍ର କାର୍ଯ୍ୟ ଆରମ୍ବ ହେବ ଏବଂ କ୍ଷତି ହୋଇଥିବା ଲୋକ ମାନଙ୍କୁ କ୍ଷତି ପୂରଣ ଦିଆ ଯିବା ବୋଲି କହିଥିଲେ। Advertisement
ସଡକ ଦୁର୍ଘଟଣାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା…
ଟ୍ରାକ୍ଟର ଓଲଟି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ବତିଷ୍ଠ ପଟନାୟକ…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ…