ସମସ୍ୟା ନାଲକୋ ଅଧିକାରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ – ସମସ୍ଯା ସମାଧାନ ହେଲେ ଅଚଳାବସ୍ଥା ହେବ ଦୁର Angul OnlineJuly 27, 2023July 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଗୋବରା , କର୍ଣ୍ଣପୁର , ବଡଯୋରତା , ତଅଁରା ଓ ପଦ୍ମାବତୀପୁର ପଂଚାୟତରେ ନାଲକୋ ରେଲୱେ ଲାଇନ୍ ଓ ଆଶ ପାଇପ୍ ଲାଇନ୍ ରେ ଖଣିରେ ପଡ଼ୁଥିବା ପାଉଁଶ ପାଣିକୁ ନେଇ ଜମିହରା କ୍ଷତିଗ୍ରସ୍ତ ମାନେ ଆନ୍ଦୋଳନ କରିଥିଲେ ।ଗତ ୨୨.୦୫-୨୦୧୮ ତାରିଖରେ ପ୍ରାକ୍ତନ ଜିଲ୍ଲାପାଳ ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଅଚଳାବସ୍ଥା ଦୂର କରିବାପାଇଁ ଜମିହରା ପ୍ରଜାମାନେ ୫୦୦ ଜଣ ଜମିହରା କ୍ଷତିଗ୍ରସ୍ତଙ୍କୁ ଠିକା ଶ୍ରମିକ ନିଯୁକ୍ତି ପାଇଁ ଦାବୀ କରିଥିଲେ । କିନ୍ତୁ ମାନ୍ୟବର ବିଧାୟକ ତାଳଚେରଙ୍କ ହସ୍ତକ୍ଷେପ ଫଳରେ ନାଲକୋ କର୍ତ୍ତୃପକ୍ଷ ଓ ସଭାପତି ସୁରକ୍ଷାମଞ୍ଚ, ତାଳଚେରଙ୍କ ଉପସ୍ଥିତିରେ କ୍ଷତିଗ୍ରସ୍ତଙ୍କୁ ବୁଝା ସୁଝା କରି ରାଷ୍ଟ୍ରର ମଙ୍ଗଳ ପାଇଁ ୧୫୦ ଜଣ କ୍ଷତିଗ୍ରସ୍ତ ପ୍ରଜା ଠିକା ଶ୍ରମିକ ନିଯୁକ୍ତି ପାଇଁ ଦାବୀ କରିଥିଲେ । ଉକ୍ତ ବୈଠକରେ ପାଇପ୍ ଲାଇନ୍ କାର୍ଯ୍ୟ ଆରମ୍ଭ ସମୟରେ ୮୦ ଜଣଙ୍କୁ ନିଯୁକ୍ତି ଦିଆଯିବା ବେଳେ ଆଶ ସ୍ଲରିରେ ପାଉଁଶ ପାଣି ଖଣିରେ ପଡିବା ପରେ ଆଉ ୭୦ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନାଲକୋ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । କିନ୍ତୁ ଦୀର୍ଘ ଅଢେଇ ବର୍ଷ ପାଉଁଶ ପାଣି ପଢିଲା ପରେ ମଧ୍ୟ ନାଲକୋ କର୍ତ୍ତୃପକ୍ଷ ୭୦ ଜଣ ଜମିହରା ପ୍ରଜାଙ୍କୁ ଠିକା ଶ୍ରମିକ ଭାବରେ ନିଯୁକ୍ତି ନ ଦେଇ ପ୍ରତାରଣା କରିଛନ୍ତି । ଏଣୁ ବାରମ୍ବାର ନାଲକୋ କର୍ତ୍ତୃପକ୍ଷଙ୍କୁ ଜମିହରା ପ୍ରକାମାନେ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ନ ଦେବା ଯୋଗୁଁ ତାଳଚେର ସୁରକ୍ଷା ମଂଚ ଜରିଆରେ ଜମିହରା ପ୍ରଜାମାନେ ଆନ୍ଦୋଳନ ଡାକରା ଦେଇଛନ୍ତି । ଏ ଅଚଳାବସ୍ଥା ଦୂର କରିବା ପାଇଁ ପୂର୍ବରୁ ପ୍ରତିଶୃତି ଦିଆଯାଇଥିବା ୭୦ ଜଣଙ୍କୁ ତୁରନ୍ତ କରାଇଲେ ଏବଂ ଅଢ଼େଇବର୍ଷ ଡିପ୍ଲୋମା, ଡିଗ୍ରି, ଆଇ.ଟି.ଆଇ. , ପ୍ଲସ ଟୁ. ମାଟ୍ରିକ୍ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପ୍ରାପ୍ୟ ଦେବା ଏବଂ ଯେଉଁମାନେ ନାଲକୋରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ୬୦ ବର୍ଷ ହେଲା ପରେ ମଧ୍ୟ ତାଙ୍କ ପରିବାରଙ୍କ ଭଉଣ ପୋଷଣ ପାଇଁ ସେମାନଙ୍କ ଜାଗାରେ ସେମାନଙ୍କ ପରିବାର ପିଲାଙ୍କୁ ନିଯୁକ୍ତି କରାଗଲେ ସେମାନେ ଆନ୍ଦୋଳନରୁ ଓହରିଯିବେ ଏବଂ ଏ ଅଚଳାବସ୍ଥା ଦୂର ହୋଇପାରିବ । ଏଣୁ ଏଥିପାଇଁ ଆଜି ଏକ ପ୍ରତିନିଧି ଦଳ ନାଲକୋ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଯଥା ଶୀଘ୍ର ଏହାର ବିଚାର କଲେ ରାଷ୍ତ୍ରାୟତ ଉଦ୍ୟୋଗ ନାଲକୋର ମଙ୍ଗଳ ହେବା ସହ ଜମିହରା ପ୍ରଜାମାନଙ୍କର ମଙ୍ଗଳ ହେବ ବୋଲି କ୍ଷତିଗ୍ରସ୍ତ ଅଞ୍ଚଳର ଲୋକ ପ୍ରତିନିଧିମାନେ ଅନୁରୋଧ କରିଛନ୍ତି । Advertisement
ପୌରପାଳିକା କନିଷ୍ଠ ଯନ୍ତ୍ରୀଙ୍କ ଅଜବ ଯୁକ୍ତି – ଡ୍ରେନ ସ୍ଲାବ ଗାଡି ଚଢ଼ିବା ମନା ଅନୁଗୁଳ – ଅନୁଗୁଳ ପୌରପାଳିକାର ବିଭିନ୍ନ ସ୍ଥାନରେ ଏବେ ଡ୍ରେନ ନିର୍ମାଣ ଚାଲିଛି । ଏହି କ୍ରମରେ ଅନୁଗୁଳ ୨୧ ନମ୍ବର ୱାର୍ଡରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…
ଏମ.ସି.ଏଲ.ର ଦାଦାଗିରି – ରାତି ଅଧରେ ବୁଲଡୋଜର ଲଗାଇ ଭାଙ୍ଗିଲା ଘର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଏମସିଏଲର ଦାଦାଗିରି ଅଭିଯୋଗ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡୋଜର ଲଗାଇ ଏମ ସି ଏଲ…
ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଅନୁଗୁଳ – କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ପଡିଲା । ଏହା ଭିତରେ ୧୫ ଦିନ ବିତି ଗଲାଣି , ହେଲେ ରାସ୍ତା ଉପରେ ପଡି ରାହିଛି…