ଆଞ୍ଚଳିକ ଢମଣା ଗିଳିଥିବା ବେଳେ ୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର(ଭିଡିଓ) Angul OnlineApril 11, 2022April 11, 2022 ଅନୁଗୁଳ – ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ । ଏପରି ଏକ ସାପ ଖାଇବାର ଘଟଣା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡା ଗ୍ରାମରେ ଦେଖିବାକୁ ମିଳିଛି । ୧୩ ଫୁଟର ଅହିରାଜ ସାପଟି ୭ ଫୁଟ ଲମ୍ବର ଢମଣା ସାପକୁ ଗିଳି ଦେଇ ଟିକରପଡା ଗ୍ରାମର ଏକ ଘର ଭିତର ଶଙ୍ଗା (ଭାଡି) ଉପରେ ଥିଲା । ପରିବାର ଲୋକେ ଘର ଭିତରେ ଏତେ ବଡ ସାପ ଦେଖି ନିକଟସ୍ଥ ସାତକୋଶିଆ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରା, ସର୍ପଉଦ୍ଧାରକାରୀ ଶିବାନୀ ଦେହୁରୀ, ପିଣ୍ଟୁ ବେହେରା, ମୁନୁ ବାରିକ ଓ ଅଜୟ ଭୋଈ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ଅହିରାଜ ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଢମଣା ସାପଟିକୁ ଅହିରାଜ ବାହାର କରି ଦେଇଥିଲା । ସେତେବେଳକୁ ଢମଣା ସାପଟି ମରି ସାରିଥିଲା ଏବଂ ଢମଣା ସାପଟି ପୂର୍ବରୁ ଖାଇଥିବା ଏକ ମଲା କୁକୁଡା ବାହାରିଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଉଦ୍ଧାର ପୂର୍ବରୁ ଏବଂ ପରେ ଘଟଣା ସମ୍ପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ ଏବଂ ଟିକରପଡା ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣି ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । https://angulonline.com/wp-content/uploads/2022/04/WhatsApp-Video-2022-04-11-at-10.59.00.mp4 Advertisement
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ବିକ୍ଷୋଭ – ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ ଅନୁଗୁଳ – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏଥିରେ ସଂପୃକ୍ତି ଥିବା ଗୃହ…
ଫି ଆଦାୟ ପ୍ରସଙ୍ଗ – ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଲେ ଅଭିଭାବକ ସଙ୍ଘ ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ନେଇ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ବଢ଼ି ଚାଲିଛି ।…