ଅନୁଗୁଳରେ ଆକାଶ ଇନଷ୍ଟିଚ୍ୟୁଟ ଉଦଘାଟନ କଲେ ବ୍ରଜ ପ୍ରଧାନ

ଅନୁଗୁଳ – ଅନୁଗୁଳରେ ଖୋଲିଛି ଆକାଶ ଇନଷ୍ଟିଚ୍ୟୁଟ । ଆଜି ଅମଲାପଡା ଗାର୍ଲସ ହାଇସ୍କୁଲ ସମ୍ମୁଖରେ ଏହାର ଉଦଘାଟନ ହୋଇ ଯାଇଛି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହ , ଖାଦ୍ୟ ଯୋଗାଣ ନିଗମ ଅଧ୍ୟକ୍ଷ ଅବନିକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନ ଅନୁଗୁଳରେ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ବେଶ ଉପକୃତ ହୋଇ ପାରିବେ । ପୂର୍ବରୁ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆକାଶରେ ପଢିବାକୁ ହେଲେ ଭୁବନେଶ୍ୱର କିମ୍ବା କଟକରେ ରହିବାକୁ ପଡୁଥିଲା । ଏବେ ଜିଲ୍ଲାର ଛାତ୍ରଛାତ୍ରୀ ହାତ ପାହାନ୍ତରେ ଉନ୍ନତ ମାନର ଶିକ୍ଷାଦାନ ପାଇ ନିଜକୁ ନିଟ ହେଉ କିମ୍ବା ଜେଇଇ ପାଇଁ ପ୍ରସ୍ତୁତ କରି ପାରିବେ । ଦେଶର ରାଜଧାନୀ ଦିଲ୍ଲୀର ଛାତ୍ରଛାତ୍ରୀ ଯେଉଁ ସୁବିଧା ପାଉଛନ୍ତି ଅନୁଗୁଳର ଛାତ୍ରଛାତ୍ରୀଙ୍କୁ ସେ ସବୁ ସୁବିଧା ଏଠାରେ ଯୋଗାଇ ଦିଆଯିବ ବୋଲି ଆକାଶର ଏକାଡେମୀକ ଡ଼ାଇରେକ୍ଟର ରାଜୀବ ନୟନ କହିଛନ୍ତି

Advertisement

Leave a Reply

Your email address will not be published. Required fields are marked *