ରାଜନୀତି ବଢୁଛି ଅକ୍ଷୟଙ୍କ ସମର୍ଥନ – ସାଂସଦଙ୍କ ସହ ଶକ୍ତି ଓ ଭକ୍ତିଙ୍କ ଜୋରଦାର ପ୍ରଚାର Angul OnlineMarch 21, 2022March 21, 2022 ଅନୁଗୁଳ – ପୌର ନିର୍ବାଚନ ପାଇଁ ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି , ପୌରାଞ୍ଚଳ ଇଲାକାରେ ପ୍ରଚାର ସେତିକି କୋର୍ଦାର ହେଉଛି । ବିଜେଡି ନଗରପାଳ ପ୍ରାର୍ଥୀ ଅକ୍ଷୟ କୁମାର ସାମନ୍ତ , ବିଜେପି ନଗରପାଳ ପ୍ରାର୍ଥୀ ଦିଲ୍ଲୀପ କୁମାର ପ୍ରଧାନ ଓ କଂଗ୍ରେସ ନଗରପାଳ ପ୍ରାର୍ଥୀ ବଲବୀର ସିଂହଙ୍କ ସପକ୍ଷରେ ଦଳର ବରିଷ୍ଠ ନେତୃବର୍ଗ ଦିନରାତି ଏକ କରିଦେଇଛନ୍ତି । ସେପଟେ କଂଗ୍ରେସରୁ ନଗଦ ଆସି ବିଜେଡ଼ିରେ ସାମିଲ ହୋଇଥିବା ଅକ୍ଷୟ ସାମନ୍ତ ନିର୍ବାଚନୀ ମଇଦାନରେ ନିଜର ବଳ କଳ ଲଗାଇ ଦେଇଛନ୍ତି । ତାଙ୍କ ଉପରେ ବିଜେଡ଼ିର କିଛି କର୍ମୀ ଅସନ୍ତୁଷ୍ଟ ଥିବା ବେଳେ ସେ ସମସ୍ତଙ୍କୁ ମନାଇବାରେ ଉଦ୍ୟମ ଜାରି ରଖିଛନ୍ତି । ଆଉ ଏଥିରେ ଅନେକ ମାତ୍ରାରେ ସଫଳ ହୋଇ ନିଜ ଶକ୍ତି ବଢାଇବାରେ ସମର୍ଥ ମଧ୍ୟ ହୋଇଛନ୍ତି । ଅକ୍ଷୟଙ୍କ ସପକ୍ଷରେ ବିଜେଡି ଭିନ୍ନ ଗୋଷ୍ଠୀର ସଦସ୍ୟ ଦୁଇ ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ ଓ ଭକ୍ତିପ୍ରସାଦ ଦାସ ପ୍ରଚାର ଚଳାଇଥିବା ରାଜନୈତିକ ମହଲରେ ରୋଚକ ଚର୍ଚ୍ଚାର ଖୋରାକ୍ ଯୋଗାଇ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସାଂସଦ ମହେଶ ସାହୁ ନିଜେ ଅନୁଗୁଳ ପୌରପାଳିକାର ମଙ୍ଗ ଧରିଥିବା ବେଳେ ଏହି ଦୁଇ ବିଜେଡି ନେତା ଶକ୍ତି ଓ ଭକ୍ତି ବିଭିନ୍ନ ସାହି , ଗୋଷ୍ଠୀକୁ ଭେଟି ବିଜେଡ଼ିରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି । ଦୀର୍ଘ ଦିନର ନିରବତା ପରେ ଦୁଇ ପୂର୍ବତନ ନଗରପାଳଙ୍କ ସକ୍ରିୟତା ଖୋଦ୍ ବିଜେଡି କର୍ମୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଅକ୍ଷୟଙ୍କ ବଳ ବୃଦ୍ଧିରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି । Advertisement
ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ…
ବିଜେଡ଼ିକୁ ଆଉ ଏକ ଝଟକା – ଦଳ ଛାଡିଲେ ଜିଲ୍ଲା ପରିଷଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳରୁ ୩ ଜଣ ବରିଷ୍ଠ ସଦସ୍ୟଙ୍କ…
ଟିକାକୁ ନେଇ ରାଜନୀତି , ଟିକାକରଣ କେନ୍ଦ୍ରରେ ପୋଷ୍ଟର ଚିରିଲେ ବିଜେପି କର୍ମୀ – ଥାନାରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ ।…