ସାମାନ୍ୟ ବଚସାରୁ ପିଟିପିଟି ମାରିଦେଲେ

ଅନୁଗୁଳ – ଅନୁଗୁଳ ଜିଲ୍ଳା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ନିଶା ଥାନା ଅନ୍ତର୍ଗତ ଏକ ଘରୋଇ ଶିଳ୍ପାନୁଷ୍ଠାନରେ ଠିକା ଶ୍ରମିକ ରୂପେ ବିହାର ବେଗୁସରାଇ ଅଞ୍ଚଳର ମହମ୍ମଦ ଜୁଲାନି ଓ ତାଙ୍କର କିଛି ସମ୍ପର୍କୀୟ କାର୍ଯ୍ୟ କରୁଥିଲେ । ମୃତକ ଓ ତାଙ୍କର ଜଣେ ସମ୍ପର୍କୀୟ ଶିଳ୍ପନୁଷ୍ଠାନ ବାହାରେ ଗୋଳାବନ୍ଧ ଗାଁରେ ଘରଭଡା ନେଇ ରହୁଥିଲେ । ଗତ ଶୁକ୍ରବାର ମୃତକ ଓ ତାଙ୍କର ସମ୍ପର୍କୀୟ ଘରକୁ ଫେରୁଥିବାବେଳେ ସେହି ଗାଁର କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ସ୍ଥାନୀୟ ଯୁବକମାନେ ମୃତକଙ୍କ ଭଡ଼ାଘରେ ପହଞ୍ଚି ପୁଣି ଥରେ ଗଣ୍ଡଗୋଳ ଆରମ୍ଭ କରିଥିଲେ । ସ୍ଥାନୀୟ ଯୁବକ ମହମ୍ମଦ ଜୁଲାନି ଓ ତାଙ୍କ ସମ୍ପର୍କୀୟଙ୍କୁ ନିର୍ଧୂମ ମାଡ଼ ମାରିଥିଲେ । ଉତ୍ୟକ୍ତ ଯୁବକଙ୍କ କବଳରୁ ଜୁଲାନିଙ୍କ ସମ୍ପର୍କୀୟ ଖସି ଆସିଥିବା ବେଳେ ଜୁଲାନିଙ୍କୁ ସେମାନେ ମାଡ଼ ମାରି ଚାଲିଯାଇଥିଲେ । ପରେ ଜୁଲାନିଙ୍କ ସମ୍ପର୍କିୟ ଘରକୁ ଫେରି ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ । ଏ ନେଇ ମୃତକଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ ।

Advertisement

Leave a Reply

Your email address will not be published. Required fields are marked *