ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଅପରେସନ ପାଇଁ ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ତାଳଚେର ବ୍ଲକ ଭରତପୁର ଅଞ୍ଚଳର ସୁନିଲ ମୁଣ୍ଡାଙ୍କ ପୁଅ ନିରଞ୍ଜନ ମୁଣ୍ଡା ଗତ ୩୧.୧୦.୨୦୨୪ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ମଳକଣ୍ଟକ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଦିପ କୁମାର ଧର ତାଙ୍କୁ କହିଥିଲେ । ଏହି ଚିକିତ୍ସା ହେଲେ ଆଠ ହଜାର ଟଙ୍କା ଦେବାକୁ ପଡିବ ବୋଲି କୁଆଡେ ଡାକ୍ତର ଧର ନିରଞ୍ଜନଙ୍କୁ କହିଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ନିରଞ୍ଜନ ନିରୁପାୟ ହୋଇ ତାଙ୍କର ସହଯୋଗୀଙ୍କ ଠାରୁ ଧାର କରି ଛଅ ହଜାର ଟଙ୍କା ଡାକ୍ତରଙ୍କ ଫୋନ ପେକୁ ପଠେଇ ଥିଲେ । ନିରଞ୍ଜନ ଟଙ୍କା ପଠେଇ ସାରି ଡାକ୍ତରଙ୍କୁ ଫୋନ କରି କହିଥିଲେ ଏବଂ ଡାକ୍ତର ମେଡିସିନ ସନ୍ଧ୍ୟାରେ ଲେଖିଦେବି ବୋଲି କହିଥିଲେ । ଏ ଘଟଣା ଜଣା ପଡିବା ପରେ ଡାକ୍ତର ପ୍ରଦିପ କୁମାର ଧରଙ୍କୁ ଫୋନ୍ ଯୋଗେ ପଚାରିବାରୁ ମୁଁ ରୋଗୀଙ୍କୁ ଟଙ୍କା ମାଗି ନାହିଁ କି ଟଙ୍କା ନେଇ ନାହିଁ ବୋଲି କହିଛନ୍ତି । ଏ ଘଟଣା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶିବାନନ୍ଦ ମହାନ୍ତିଙ୍କୁ ଏ ଘଟଣା ବିଷୟରେ ଜାଣିନାହିଁ । ଅଭିଯୋଗ ହେଲେ ମୁଁ ତଦନ୍ତ କରିବି ବୋଲି କହିଛନ୍ତି ।

What’s your Reaction?
+1
1
+1
0
+1
0
+1
0
+1
1
+1
0
+1
0

Leave a Reply