ଅପରାଧ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଶଶୁର ଗିରଫ Angul OnlineJuly 14, 2022July 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଲାଛବନ୍ଧ ଗ୍ରାମରେ ଯୌତୁକ ଦାବିରେ ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ଵାମୀ ଓ ଶଶୁରକୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମର ସରୋଜିନୀ ସାହୁଙ୍କ ସହିତ ଲାଛବନ୍ଧ ଗ୍ରାମର ଚୈତନ୍ୟ ସାହୁଙ୍କର ୨ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ତେବେ ବାହାଘର ପରଠାରୁ ଅଧିକ ଯୌତୁକ ଦାବିରେ ସରୋଜିନୀଙ୍କୁ ତାଙ୍କ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ପାଟିତୁଣ୍ଡ ହେବା ପରେ ସରୋଜିନୀ ଶାଶୂଘର ଛାଡ଼ି ବାପଘର ଖିଣ୍ଡା ଗ୍ରାମରେ ରହୁଥିଲେ । ତେବେ ବହୁ ବୁଝାସୁଝା ପରେ ସେ ପୁଣି ଥରେ ନିଜ ଶାଶୂଘରକୁ ୪ ଦିନ ହେଲା ଫେରିଥିଲେ । ଆଜି ସକାଳୁ ଘର ଭିତରୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଯୌତୁକ ପାଇଁ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଭିଣୋଇ ଚନ୍ଦ୍ରମଣି ଦେହୁରୀ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମୃତ୍ୟୁଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରିଥିଲା । ଆଉ ପ୍ରାଥମିକ ତଦନ୍ତ ଆଧାରରେ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ସକାଳ ୯ ଟା ବେଳେ ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ…
ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି…
ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ମୋଟରସାଇକେଲ ଜବତ – ୫ ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଶନିବାର ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ଚଢ଼ାଉ କରି ଥିଲା I ଚଢାଉ ବେଳେ ସଦାନନ୍ଦପୁର…