ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ସୁନାଖଣି , ବିକସର ପାଖରେ ଆଜି ସକାଳେ ଜଣେ ଔଷଧ ବିକ୍ରେତାଙ୍କୁ ମାଉଜର ଦେଖାଇ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ସୁସୁଡା ଗାଁର ସୁଧାଂଶୁ ସାହୁ ନାମକ ଜଣେ ବ୍ୟକ୍ତି କଣିହାଁ ଅଞ୍ଚଳର କିଛି ଔଷଧ ଦୋକାନରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ । ସେ ମୋଟରସାଇକେଲରେ ଆସୁଥିବା ବେଳେ ବିକସର ନିକଟରେ ଦୁଇଜଣ ଦୁର୍ବୃତ୍ତ ମୋଟାରସାଇକେଲରେ ଆସି ତାଙ୍କୁ ଅଟକାଇବା ସହ ମାଉଜର ଦେଖାଇ ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ । ଏ ନେଇ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଳଚେର ପୁଲିସ ଘଟଣାର ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
4
+1
+1