ଆଞ୍ଚଳିକ ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ Angul OnlineJanuary 27, 2023January 27, 2023 ଅନୁଗୋଳ – ରାଜ୍ୟ ସରକାରଙ୍କ ‘ ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ , ଦୁଇଦିନିଆ ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ । ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ସେ ଅନୁଗୋଳ ବନଖଣ୍ଡର ଜରପଡା ଓ ଅନୁଗୋଳ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବନ ସୁରକ୍ଷା ସମିତି ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ‘ ବସୁଧା ‘ ଯୋଜନାର ଉପଦେଷ୍ଟା ଦିନେଶ ପ୍ରଧାନ , ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧ୍ , ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା , ସ୍ଥାନୀୟ ଲୋକ ପ୍ରତିନିଧି , ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ପରିଚାଳନା ଏକକର ପ୍ରତିନିଧି , ଅନୁଗୁଳ ବନଖଣ୍ଡ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ମାନେ ଉପସ୍ଥିତ ରହି ‘ ଆମ ଜଙ୍ଗଲ ଯୋଜନା ‘ କାର୍ଯ୍ୟକ୍ରମର ସଫଳତା ସହିତ ସ୍ଥାନୀୟ ଲୋକମାନଙ୍କର ମୌଳିକ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସେ ଉପସ୍ଥିତ ଗ୍ରାମବାସୀ , ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହିତ ମିଶି ଜଙ୍ଗଲ ସୁରକ୍ଷା ନିମନ୍ତେ ତିନି ଗୋଟି ବନ ସୁରକ୍ଷା ସମିତିକୁ ( ତେନ୍ତୁଳି , ଜେରଙ୍ଗ ଦେହୁରୀସାହି ଓ ସରୁଆଳି ବନ ସୁରକ୍ଷା ସମିତିକୁ ) ହସ୍ତାନ୍ତରିତ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରି ଏହାର ସାଂପ୍ରତିକ ପରିସ୍ଥିତି ଓ ଜୈବ ବିବିଧତା ବିଷୟରେ ଅବଗତ ହୋଇ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାସବୁ ସେମାନଙ୍କ ପାଖରେ ସଠିକ ଭାବରେ ପହଞ୍ଚୁଛି କି ନାହିଁ , ଏ ବିଷୟରେ ମଧ୍ୟ ପଚାରି ବୁଝିବାସହ କିଛି ମୌଳିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । Advertisement
ଚାଲିଗଲେ ପ୍ରଦୀପ – ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲା ଅନୁଗୁଳ ଅନୁଗୁଳ – ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କର…
ଶଙ୍କରାଚାର୍ଯ୍ୟଙ୍କ କୁଶ ପୁତଳିକା ଦାହକୁ ନିନ୍ଦା – କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ବ ହିନ୍ଦୁ ପରିଷଦର ଦାବି ଅନୁଗୁଳ – ବିଶ୍ବ ହିନ୍ଦୁ ପରିଷଦ , ଓଡିଶା ତରଫରୁ ଅନୁଗୁଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଗତ ୦୯…
କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା…