ଆଞ୍ଚଳିକ ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ Angul OnlineJune 7, 2022June 7, 2022 ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା । ସେ ନାଗେଶ୍ବରୀଟାଙ୍ଗୀ ହାଉସିଂବୋର୍ଡ କଲୋନିସ୍ଥିତ ତାଙ୍କ ବାସଭବନରେ ଖାଇପିଇ ଶୋଇବାକୁ ଯାଉଥିବା ବେଳେ ତାଙ୍କର ହୃଦ୍ଘାତ ହୋଇଥିଲା । ଆଉ ତାଙ୍କର ପରଲୋକ ଘଟିଥିଲା । ୧୯୪୮ ମସିହାରେ ତାଳଚେରରେ ଜନ୍ମିତ ଅମରେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇଥିଲେ । ସେ ରାଜନୀତି ବିଜ୍ଞାନର ଅନେକ ଉପଯୋଗୀ ପୁସ୍ତକ ରଚନା କରିଛନ୍ତି । ଅବସର ପରେ ଅଧିକାଂଶ ସମୟରେ ବିଭିନ୍ନ ଗଣମାଧ୍ୟମରେ ରାଜନୈତିକ ଆଲୋଚନାରେ ଭାଗ ନେଉଥିଲେ । ଏଥିସହ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ନିୟମିତ ସ୍ତମ୍ଭ ଲେଖୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ସ୍ତ୍ରୀ ସୁପର୍ଣ୍ଣା ପତି, ଦୁଇ ଝିଅ ଦିପ୍ସା, ଲିପ୍ସା ଓ ଦୁଇ ଜ୍ବାଇଁ ହିମାଂଶୁ ମହାପାତ୍ର ଓ ଡା. ବିଜୟ ମିଶ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। Advertisement
ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ…
ମୋଟରସାଇକେଲ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୋଟରସାଇକେଲ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।…
ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ – ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରି ସୋମବାର…