ମୁଖ୍ୟ ଖବର ଆମ୍ବୁଲାନ୍ସ- ଗ୍ୟାସ୍ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା , ରୋଗୀ ସମେତ ୪ ମୃତ Angul OnlineMarch 21, 2021March 21, 2021 ଅନଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡାଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳ ପ୍ରାୟ ୭ଟା ବେଳେ ଜରପଡ଼ା ବସ୍ଷ୍ଟାଣ୍ଡ୍ ନିକଟରେ ଏକ ଆମ୍ବୁଲାନ୍ସ୍ ଏବଂ ଗୋଟାଏ ଗ୍ୟାସ୍ ଟ୍ୟାଙ୍କର୍-ଟ୍ରକ୍ ସାମ୍ନାସାମ୍ନି ଧକ୍କା ଖାଇବାରୁ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଆମ୍ବୁଲାନ୍ସ୍ଟି ସମ୍ବଲପୁରରୁ ୨ ଜଣ ରୋଗୀ ନେଇ ୫୫ ନମ୍ବର ଜାତୀୟ ରାଜପଥରେ କଟକ ଅଭିମୁଖେ ଯାଉଥିଲା । ଜରପଡ଼ା ବସ୍ଷ୍ଟାଣ୍ଡ୍ ପାଖାପାଖି ହୋଇଥିବା ବେଳେ ରାସ୍ତାର ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ଟ୍ୟାଙ୍କର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଯୋଗୁଁ ଆମ୍ବୁଲାନ୍ସ୍ର ଚାଳକଙ୍କ ସମେତ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଜରପଡ଼ା ପୁଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛି । ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍ସ୍କୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ମୃତଦେହ ଗୁଡିକୁ ଉଦ୍ଧାର କରିବା ସହ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତାହତ ମାନେ ବୁର୍ଲ୍ଲା ଏବଂ ବଲାଙ୍ଗୀର ଅଞ୍ଚଳର ବୋଲି ସୂଚନା ମିଳିଛି । ଅନ୍ୟପଟେ ଗ୍ୟାସ୍ ଟ୍ୟାଙ୍କର୍ର ଚାଳକ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି । Advertisement
କେନାଲରେ ଗାଧେଇବା ହେବା କାଳ – ପାଣିରେ ବୁଡି ଯୁବକ ମୃତ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମରୁ ବାହାରିଥିବା ଏକ କେନାଲରେ ଗାଧୋଇବା ବେଳେ ବୁଡ଼ିଯିବାରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…
୪୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ଜିଲ୍ଳା ମଙ୍ଗଳ ଅଧିକାରିଣୀ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ…