ମୁଖ୍ୟ ଖବର ବହୁ ଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅମିତାଭର କର୍କଟରେ ମୃତ୍ୟୁ – ୨୨ ବର୍ଷ ଧରି କାଟୁଥିଲା ସଜା Angul OnlineApril 18, 2022April 18, 2022 କଟକ – ଦୀର୍ଘ ୨୨ବର୍ଷ ଧରି ବଳାତ୍କାର ଓ ହତ୍ୟା ମାମଲାରେ ସଜା କାଟୁଥିବା ଅନୁଗୁଳର ବହୁଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ଆସାମୀ ଅମିତାଭ ଦାସର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲା । ଗତ ୬ମାସ ଧରି କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସେ ଆଖି ବୁଜିଛି । ଶବ ବ୍ୟବଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଚୌଦ୍ୱାର ଭାଇର ଜେଲର୍ ଭୁବେନ୍ଦ୍ର ଭୂୟାଁ ପ୍ରକାଶ କରିଛନ୍ତି । ୨୦୦୦ ମସିହା ଅକ୍ଟୋବର ୨୩ତାରିଖରେ ଅନୁଗୁଳରେ ଲକ୍ଷ୍ମୀପୂଜା ପାଇଁ ଉତ୍ସବ ମୁଖରିତ ଥିଲା ସହର । ଏହି ସମୟରେ ପୋଷ୍ଟ ଅଫିସ୍ ନିକଟରେ ଥିବା ଏକ କ୍ୱାର୍ଟରରେ ଲିଜାରାଣୀ ଏକୁଟିଆ ଥିଲେ । ଲିଜାରାଣୀଙ୍କ ଭାଇର ଚିକିତ୍ସା ପାଇଁ ତାଙ୍କ ପରିବାର ଭୁବନେଶ୍ଵର ଯାଇଥିଲେ । ଏହାର ସୁଯୋଗ ନେଇ ତିନିଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ । ପରେ ତାଙ୍କୁ ପୋଡି ମାରି ଦେଇଥିଲେ । କ୍ୱାର୍ଟରରୁ ଧୂଆଁ ବାହାରୁଥିବା ଦେଖୁ ସ୍ଥାନୀୟ ଲୋକେ ହୋହାଲ୍ଲା କରିଥିଲେ । ପରେ ଏ ଘଟଣାରେ ତିନିଜଣ ଅଭିଯୁକ୍ତ ଥିବା ଜଣାପଡ଼ିଥିଲା । ସେଥିରୁ ଦୁଇ ଜଣ ଅନୁଗୁଳର ଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଅମିତାଭ ଦାସର ଘର କଟକ ଦେଉଳସାହିରେ ବୋଲି ଜଣା ପଡିଥିଲା । ତାକୁ ଗିରଫ କରାଯିବା ସହ ସଜା ହୋଇଥିଲା । ଏହାପର ଠାରୁ ସେ ଚୌଦ୍ଵାର ଜେଲରେ ରହି ଆସୁଥିଲା । ଚୌଦ୍ବାର ଜେଲ୍ରୁ କିଛି ଦିନ ପାଇଁ ତାକୁ ଢେଙ୍କାନାଳ ଓ ଭୁବନେଶ୍ଵର କାରାଗାରକୁ ପଠାଯାଇଥିଲା । ପରେ ପୁନର୍ବାର ଚୌଦ୍ବାର ଜେଲ୍କୁ ଫେରିଥିବା ବେଳେ ମୁଖ୍ୟଗହ୍ଵର କର୍କଟରେ ସେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଗତ ୬ ମାସ ଧରି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । Advertisement
କୋଭିଡ ନିୟମକୁ ଫୁ କରି ବିଧାୟକଙ୍କ ସଭା – କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ପାଲଲହଡା – ପ୍ରଶାସନର ନାକ ତଳେ କରୋନା ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ । ତା ପୁଣି ଖୋଦ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା…
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…
ଜାନୁୟାରୀ ମାସ ୧୬ ତାରିଖରୁ ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନର ନିୟମିତ ସେବା ଭୁବନେଶ୍ୱର – ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ଠାରୁ ଅନୁଗୁଳ ମଧ୍ୟରେ ସପ୍ତାହରେ ତିନିଥର ଚଳାଚଳ କରିବ । ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହ…