ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ

ଅନୁଗୋଳ – ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ୟେଶରେ ୪୨୦୦ ଗ୍ରେଡ ପେ ଦାବି ନେଇ ଦାବିପତ୍ର ଦିଆ ଯାଇଛି । ଅମଲା ମଞ୍ଚର ଅଭିଯୋଗ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଜୁନିଅର ଆସିଷ୍ଟାଣ୍ଡ ମାନଙ୍କୁ ୪୨୦୦ ଗ୍ରେଡ ପେ ଦେବାପାଇଁ ଅନେକ ଦିନ ହେଲା ଦାବି ହୋଇ ଆସୁଥିବା ବେଳେ ଏ ଦିଗରେ ସରକାର ପଦକ୍ଷେପ ନେଉ ନାହାନ୍ତି । ସ୍ୱାଧୀନତା ପୂର୍ବରୁ ଅମଲା ମେଟ୍ରିକକୁଲେଟ ଥିବା ବେଳେ ବର୍ତ୍ତମାନ ଲେବଲ ୪ ରେ ଚାକିରୀ କରିଛନ୍ତି ସେମାନଙ୍କର ଗ୍ରେଡ ପେ ୨ ହଜାର ହୋଇଥିବା ବେଳେ ଯେଉଁମାନେ ଗ୍ରାଜୁଏସନ ଓ କମ୍ପ୍ୟୁଟର ନଲେଜ ଥିବା ଅମଲା ମାନଙ୍କର ମାତ୍ର ୧୯୦୦ ଗ୍ରେଡ ପେ ରହିଛି । ଏଥିପାଇଁ ସେମାନଙ୍କ ଗ୍ରେଡ ପେ ୪୨୦୦ କୁ ବୃଦ୍ଧି କରିବାକୁ ଦାବି କରି ଆଜି ଶତାଧିକ ଅମଲା ଜଗନ୍ନାଥ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିଲା।

What’s your Reaction?
+1
0
+1
0
+1
0
+1
0
+1
0
+1
1
+1
0

Leave a Reply