ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟର କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗାତ ଖୋଳି ପୋତି ଦିଆ ଯାଇଥିଲା । ବନ ବିଭାଗର ୱାଚର , ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କ ଜାଣତରେ ଏହି ଘଟଣା ଘଟିଥିବା ବେଳେ ବର୍ଷେ କାଳ ଘଟଣାକୁ ଚପାଇ ରଖା ଯାଇଥିଲା । ହେଲେ ଗତ ୨୩ ତାରିଖ ରାତିରେ ଜିଲିଣ୍ଡା ରେଞ୍ଜରୁ ହାତୀ କଙ୍କାଳ ଜବତ ହୋଇଥିଲା । ଏହାପରେ ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡା ଖୋଦ ଘଟଣାର ତଦନ୍ତ କରିଥିଲେ । ଆଉ ତଦନ୍ତ ପରେ ହାତିକୁ ପୋତିବା ଘଟଣାରେ ସ୍ଥାନୀୟ ବନ ବିଭାଗର କର୍ମଚାରୀ ମାନଙ୍କ ସମ୍ପୃକ୍ତି ଥିବା ଜଣା ପଡିଥିଲା । ଏଥିପାଇଁ ଡ଼ିଏଫଓ ସରୋଜ ପଣ୍ଡାଙ୍କ ନିର୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରା ଯାଇଛି । ଏହା ସହ ଫରେଷ୍ଟର ଅନୁପମା ସାହୁ ଓ ଫରେଷ୍ଟର ସହଦେବ ସୋରେନଙ୍କୁ ନିଲମ୍ବନ କରା ଯାଇଛି । ସ୍ଥାନୀୟ ରେଞ୍ଜ ଅଫିସରଙ୍କର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଡ଼ିଏଫଓ ଚିଠି ଲେଖିଛନ୍ତି । ତେବେ ଏହି ଘଟଣାର ତଦନ୍ତ ଆହୁରି ହେବ ବୋଲି ସେ କହିବା ସହ ଏହା କେବଳ ହାତୀ ପୋତିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି , ତେବେ ହାତୀ କଉଠୁ ଆସିଲା , ହାତୀ ମୃତ୍ୟୁ ବରଣ କେମିତି କଳା , ତାର ଦାନ୍ତ କୁଆଡେ ଗଲା ର ତଦନ୍ତ ଜାରି ରହିବ ବୋଲି ସେ କହିଛନ୍ତି ।
What’s your Reaction?
+1
+1
+1
+1
+1
4
+1
1
+1
1