ଆଞ୍ଚଳିକ କାର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ Angul OnlineAugust 4, 2023August 4, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ନତଡ଼ାଠାରେ ଏକ କାର ଧକ୍କାରେ ଶୁକ୍ରବାର ସକାଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ନତଡ଼ା ଗାଁର ଶମ୍ଭୁନାଥ ସାହୁ(୬୩) ଗାଇ ନେଇ ନତଡ଼ା ଡ଼ଅଁରା ରାସ୍ତାରେ ଯାଉଥିଲେ। ଏହି ସମୟରେ ଡ଼ଅଁରାରୁ ନତଡ଼ା ଆଡ଼କୁ ଆସୁଥିବା ଏକ କାର ଶମ୍ଭୁନାଥଙ୍କୁ ଧକ୍କା ଦେଇଥିଲା । ଫଳରେ ଶମ୍ଭୁନାଥ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାରରେ ଶମ୍ଭୁନାଥଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଚିକିତ୍ସାଳୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖବର ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦକରି ପରିବାରକୁ ହସ୍ତାନ୍ତର କରିଛି। Advertisement
ଖୋଲିବ ଧର୍ମାନୁଷ୍ଠାନ ଅନୁଗୁଳ – କରୋନା ମହାମାରୀର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଓ ସମସ୍ତ ଉପ- ଜିଲ୍ଲାପାଳଙ୍କ ଠାରୁ ମତାମତ ନେଇ ଅନୁଗୁଳ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକୁ…
ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ମନ୍ଦିର ପରିସରରେ ରବିବାର ଖଣି ପାଇଁ ପ୍ରଭାବିତ ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ଏକ…
ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଖରାର ପ୍ରକୋପ ବେଶ ରହିଛି । ଆଜି ଦିନରେ ଜିଲ୍ଲା ସଦର ମହକୁମାର ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଥିଲା ।…