ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ, ରାତିସାରା ହଟହଟା

ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ, ରାତିସାରା ହଟହଟା

ଅନୁଗୁଳ- ରାତି ଅଧରେ ରଙ୍ଗବତୀଙ୍କୁ ନେଇ ଜିଲ୍ଲାର ରାଜନୈତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଜାରୀ ରହିଛି । ଅନୁଗୁଳ ଜିଲ୍ଲାର ଜଣେ ବିଧାୟକଙ୍କ କାର୍‌ନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍‌ନାମା ପଦାରେ ପଡ଼ିଛି । ଯୁବତୀ ଘରୁ ନଯିବାରୁ ଶେଷରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ବିଧାୟକଙ୍କ ଘରୁ ଯୁବତୀଙ୍କୁ ଉଠାଇ ଆଣି ବୁଝାସୁଝା କରି ଘରକୁ ପଠାଇଛି । ଏପରିକି ଏହି ଘଟଣାକୁ ନେଇ ବିଧାୟକଙ୍କ ସାନ ଭାଇ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ବିଧାୟକଙ୍କ ଚୋରା ପୀରତିକୁ ନେଇ ବାଟଦାଣ୍ଡରେ ସରଗରମ୍ ଆଲୋଚନା ଚାଲିଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ଜଣେ ବିଧାୟକଙ୍କ ଘରକୁ ଗତ ରାତିରେ ଜଣେ ଯୁବତୀ ଆସିଥିଲେ । ଯୁବତୀ ଜଣକ ବିଧାୟକଙ୍କ ସହ ତାଙ୍କର ଅତି ନିବିଡ଼ ସମ୍ପର୍କ ଥିବା ଦର୍ଶାଇ ଘରେ ରହିବାକୁ ଜିଦ୍ ଧରିଥିଲେ । ଯାହାକୁ ପରିବାର ଲୋକେ ବିରୋଧ କରିଥିଲେ । ରାତି ଅଧରେ ଯୁବତୀ ଜଣକୁ ନିଜ ଘରେ ଦେଖି ବିଧାୟକ ମଧ୍ୟ ହଡ଼ବଡ଼େଇ ଯାଇଥିଲେ । କଣ କରିବେ କିଛି ଚିନ୍ତା କରିନପାରି ଯୁବତୀଙ୍କୁ ଯେ କୌଣସି ଉପାୟରେ ବିଦା କରିବା ସହ ଏ ସମ୍ପର୍କରେ ପଦାକୁ ଯେପରି ଖବର ନଯିବ ସେ କାମରେ ବିଶ୍ୱସ୍ତ କର୍ମୀଙ୍କୁ ଲଗାଇ ଦେଇଥିଲେ । ସେ ପଟେ ବିଧାୟକଙ୍କ ପରିବାର ଲୋକେ ଯୁବତୀଙ୍କୁ ଘରୁ ବିଦା କରିବାକୁ ଧମକଚମକ ଦେଇଥିବା ପଡ଼ୋଶୀଙ୍କ ସୂତ୍ରରୁ ଜଣାଯାଇଛି । ଏ ନେଇ କୌଣସି ସୂତ୍ରରୁ ଖବର ପହଞ୍ଚିବାରୁ ଗଣମାଧ୍ୟମ ପ୍ରତିନିଧି ଘଟଣା ବୁଝିବାକୁ ଯାଇଥିଲେ ମଧ୍ୟ ଗ୍ରାମ ସୀମାକୁ ବିଶ୍ୱସ୍ତ କର୍ମୀମାନେ ଜଗି ରହିଥିବାରୁ ଭିତରକୁ ଯାଇପାରିନଥିଲେ । ଅନ୍ୟ ପଟେ ପୁଲିସ ଗ୍ରାମରେ ପହଞ୍ଚି ସମ୍ପୃକ୍ତ ଯୁବତୀଙ୍କୁ ବୁଝାସୁଝା କରି ଥାନା ଗାଡ଼ିରେ ବସାଇ ନେଇ ଆସିଥିଲା । ଏହା ପରେ ବିଧାୟକ ଶାନ୍ତିରେ ନିଶ୍ୱାସ ମାରିଥିଲେ । ପରେ ସମ୍ପୃକ୍ତ ଯୁବତୀଙ୍କୁ ପୁଲିସ ବୁଝାସୁଝା କରି ଘରକୁ ପଠାଇ ଦେଇଥିବା ଜଣାଯାଇଛି । ଯୁବତୀଙ୍କ ଏପରି ଆଚରଣରେ କ୍ଷୁବ୍ଧ ହୋଇ ବିଧାୟକଙ୍କ ଭାଇ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲୁନାହିଁ । ବିଧାୟକଙ୍କ ଏହି ଚୋରା ପୀରତି ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply