ରାଜନୀତି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ Angul OnlineAugust 31, 2024August 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ବାଲିପଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ଶନିବାର ଅନୁଗୁଳ ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ୱାର୍ଡ ସଭ୍ୟ ସଭ୍ୟା ମାନେ ଏକ ବୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । ଦିର୍ଘଦିନ ହେଲା ସରପଞ୍ଚ ୱାର୍ଡର୍ ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ପଞ୍ଚାୟତର ସମସ୍ତ କାର୍ଯ୍ୟ ନଜଣାଇ ନିଜେ କରିଛନ୍ତି । ଗ୍ରାମରେ ଅମୃତ ସରୋବର ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ମାତ୍ର ୨ ଲକ୍ଷ ଟଙ୍କର କାର୍ଯ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନଜଣାଇ ଅଜାଣତରେ କରାଯାଇଛି । ପୋଖରୀରୁ ମାଟି ଖୋଳା ବାବଦରେ ୫ ଲକ୍ଷ ଟଙ୍କାର ବିଲ ହୋଇଥିଲେ ମଧ୍ୟ ସେହି ମାଟିକୁ ଗ୍ରାମର ଖେଳପଡିଆରେ ପକାଇ ପୁନର୍ବାର ୫ଲକ୍ଷ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । କିଛି ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ନଜଣାଇ ମନଇଛା ବିଲ କରାଯାଇଥିବା ଏପରିକି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ଅର୍ଥ ସରପଞ୍ଚ କାହାକୁ ନଜଣାଇ ମନଇଛା ଖର୍ଚ୍ଚ କରିଛନ୍ତି । ସେହିପରି ବାଲିପଟ୍ଟାର ମହିମୁଣ୍ଡା ବନ୍ଧରେ ମନରେଗା ଯୋଜନାରୁ ୫ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବାବେଳେ ଉକ୍ତ ବନ୍ଧରୁ ବାହାରିଥିବା ମାଟିକୁ ହାଟ ପଡିଆରେ ପକାଇ ପୁନର୍ବାର ବିଲ କରାଇ ଦୁର୍ନୀତି କରାଯାଇଛି । ଏଭଳି ସରପଞ୍ଚ ବିଭିନ୍ନ ଆର୍ଥିକ ଦୁର୍ନୀତିରେ ଜଡିତ ଥିବାରୁ ବାଲିପଟ୍ଟାର ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ନାଏବ ସରପଞ୍ଚ ସୁଦାମ ପ୍ରଧାନଙ୍କ ନେତୃତ୍ୱରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅନାସ୍ତା ପ୍ରସ୍ତାବରେ ବାଲିପଟା ଗ୍ରା. ପ.ର ନାଏବ ସରପଞ୍ଚଙ୍କ ସହିତ ୧୫ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ ପାଇଁ ଦାବିପତ୍ର ଦେଇଛନ୍ତି । Advertisement
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
ଏୟୁସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ – ବିଜେଡି ସମର୍ଥିତଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ମୋଟ ୧୫ଟି ଯାକ ନିର୍ଦ୍ଦେଶକ ପଦବିରେ ବିଜେଡି ସମର୍ଥିତ…
ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହୋଇ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି – ଧର୍ମେନ୍ଦ୍ର ପ୍ରଧାନ ତାଳଚେର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି…