ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡା ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ । ପଞ୍ଚାୟତର ୧୬ ଜଣ ୱାର୍ଡ ମେମ୍ବର ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ବିରୁଦ୍ଧରେ ଆଣିଛନ୍ତି ଏହି ଅନାସ୍ଥା ପ୍ରସ୍ତାବ । ଦୀର୍ଘ ତିନି ବର୍ଷ ହେବ ସରପଞ୍ଚ ପଞ୍ଚାୟତର କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନଥିବା ବେଳେ ୱାର୍ଡ ମେମ୍ବରଙ୍କ କଥାକୁ ସରପଞ୍ଚ ନଶୁଣି ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ୱାର୍ଡ ମେମ୍ବର । ସରପଞ୍ଚଙ୍କ ସ୍ୱାମୀ ସମସ୍ତ କାର୍ଯ୍ୟ କରୁଥିବା ବେଳେ ନିଜେ ସରପଞ୍ଚ କୌଣସି କାର୍ଯ୍ୟ କରୁ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି ୱାର୍ଡମେମ୍ବର । ସୂଚନା ଅନୁସାରେ ଘଣ୍ଟପଡ଼ା ପଞ୍ଚାୟତଟି ମୋଟ ୨୩ ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ୧୬ ଜଣ ୱାର୍ଡମେମ୍ବର ଆଣିଛନ୍ତି ଏହି ଅନାସ୍ଥା ପ୍ରସ୍ତାବ । ଆଜି ତାଳଚେର ଉପଜିଲ୍ଲାପାଳଙ୍କ ସହ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନିକଟରେ ପଞ୍ଚାୟତର ୧୬ ଜଣ ୱାର୍ଡମେମ୍ବର ଫେରାଦ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *