ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ

ଅଙ୍ଗାରବନ୍ଧ ହତ୍ଯା ଘଟଣାର ଅଭିଯୁକ୍ତ ଗିରଫ

ଅନୁଗୁଳ(ଅନୁଗୁଳ ଅନଲାଇନ୍)-୨୩/୦୯ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଗତ ୧୫ ତାରିଖ ରାତିରେ ହୋଇଥିବା ହତ୍ଯାକାଣ୍ଡର ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ସାମାନ୍ଯ ବଚସାରୁ ଏହି ହତ୍ଯାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତ ହତ୍ଯା କରିବା ପରେ ଫେରାର ହୋଇ ଯାଇଥିଲା l ଆଜି ସଦର ଥାନା ପୁଲିସ ଏହି ହତ୍ଯାକାଣ୍ଡ ଭିଆଇଥିବା ଅଙ୍ଗାରବନ୍ଧ ଗାଁର ୩୮ ବର୍ଷୀୟ ସୁଶାନ୍ତ ସାହୁକୁ ଗିରଫ କରିଛି l ସୁଚନା ଅନୁସାରେ ଗତ ୧୫ ତାରିଖ ରାତି ପ୍ରାୟ ୧୦ ଟା ବେଳେ ଅଙ୍ଗାରବନ୍ଧ ଗାଁର ଦିବ୍ଯ ରଂଜନ ବେହେରା @ ସୌମ୍ଯ ରଂଜନ ଗାଁ ଛକରେ କିଛି ସାଙ୍ଗ ମାନଙ୍କ ସହ ବସିଥିଲେ l ତେବେ ସେତିକିବେଳେ ମୋଟରସାଇକେଲରେ ସୁଶାନ୍ତ ସାହୁ ଘଟଣା ସ୍ଥଳରେ ପହଂଚି ଥିଲା l ପୂର୍ବରୁ ହୋଇଥିବା କୌଣସି ଏକ ଘଟଣାକୁ ନେଇ ଉଭୟଙ୍କ ମଧ୍ଯରେ ବଚସା ହୋଇଥିଲା l ଅନ୍ଯ ମାନେ ଉଭୟଙ୍କୁ ଏଥିରୁ ନିବୃତ କରିବା ପରେ ଦିବ୍ଯ ଘଟଣା ସ୍ଥଳରୁ ଚାଲି ଯାଉଥିଲେ l ଏତିକିବେଳେ ସୁଶାନ୍ତ ହଠାତ ଏକ ବାଉଁଶ ବାଡିରେ ଦିବ୍ଯଙ୍କ ମୁଣ୍ଡ ପଛକୁ ପିଟି ଦେଇଥିଲା l ଦିବ୍ଯ ତଳେ ପଡିଯିବା ପରେ ସୁଶାନ୍ତ ଆହୁରି ମାଡ ମାରି ନିକଟରେ ଥିବା ଏକ ପୋଖରୀକୁ ଦିବ୍ଯକୁ ଠେଲି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା l ପରେ ଗାଁର କିଛି ଲୋକ ଦିବ୍ଯକୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଅନୁଗୁଳ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଦିବ୍ଯଙ୍କୁ ମୃଲ ଘୋଷଣା କରିବା ପରେ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରା ଯାଇଥିଲା l ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରି ସୁଶାନ୍ତ ହତ୍ଯାକାଣ୍ଡ କରିଥିବା ଜାଣିବାକୁ ପାଇଥିଲା l ତେବେ ସୁଶାନ୍ତ ଫେରାର ହୋଇ ଯାଇଥିବା ବେଳେ ଆଜି ପୁଲିସ ତାକୁ ଗିରଫ ଅରିବାକୁ ସକ୍ଷମ ହୋଇଥିଲା l

What’s your Reaction?
+1
0
+1
0
+1
0
+1
0
+1
2
+1
1
+1
1

Leave a Reply