ମୁଖ୍ୟ ଖବର ଅତିରିକ୍ତ ଏସ୍.ପି.ଙ୍କ ଅକାଳ ବିୟୋଗ Angul OnlineAugust 17, 2023August 17, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁବାର ସକାଳେ ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ପାଣିଗ୍ରାହୀ ସକାଳେ ବଜାରରୁ ପରିବା କିଣି ଆଣିଥିଲେ। ଘରେ କିଛି କାମ କରିଥିଲେ । ତାପରେ ତାଙ୍କର ବାନ୍ତି ହୋଇଥିଲା । ଅସୁସ୍ଥ ଅନୁଭବ କରିବାରୁ ଜିପ୍ ଚାଳକଙ୍କୁ ଡ଼ାକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ଜିଲ୍ଲା ପୁଲିସରେ ଶୋକର ଛାୟା ଖେଳିଯାଇଥିଲା । ସେଜଣେ କର୍ମଠ ନ୍ୟାୟବନ୍ତ ପୁଲିସ ଅଧିକାରୀଭାବେ ସୁନାମ ଅର୍ଜନ କରିଥିଲେ । ନିକଟରେ ତାଙ୍କର ବାଲେଶ୍ବର ଜିଲ୍ଲାକୁ ବଦଳି ହୋଇଥିଲା । କିଛି ଦିନ ମଧ୍ୟରେ ନୂଆ ଜାଗାରେ ଯୋଗଦେବାର ଥିଲା । ଖବରପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଜି ବ୍ରିଜେଶ ରାଏ, ଆରକ୍ଷୀ ଅଧିକ୍ଷକ ସୁଧାଶୁ ଶେଖର ମିଶ୍ର ତାଙ୍କର ଶେଷ ଦର୍ଶନ କରିଥଲେ । ପରେ ଅପରାହ୍ନରେ ଛେଳିଆପଡ଼ା ପୁଲିସ ରିଜର୍ଭ ପଡ଼ିଆଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସ୍ବର୍ଗତ ପାଣିଗ୍ରାହୀଙ୍କ ପାର୍ଥିବ ଶରିରକୁ ନିଜ ଜନ୍ମମାଟି ବଲାଙ୍ଗିରକୁ ସନ୍ଧ୍ୟାରେ ନିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । Advertisement
ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ତାଳଚେର – ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ଡାକରା ଦିଆ…
ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ଅନୁଗୋଳ – ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବିରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ…
କୋଭିଡ ନିୟମ ଉଲ୍ଲଂଘନ – ମେଡ଼ିସିନ ଦୋକାନ ସିଲ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ…