ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ

ଅନୁଗୁଳ ବନ୍ଦ – ସାଧାରଣ ଜୀବନଯାତ୍ରା ଠପ

ଅନୁଗୁଳ – ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ । ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ । ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଲେ । ସେପଟେ ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରା ଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରା ଯାଉ ନାହିଁ । ଏଭଳି ତରବରିଆ ଭାବରେ ଟିଟିପିଏସ୍ ବନ୍ଦକୁ ତୀବ୍ର ବିରୋଧ କରିଛି ବିଜେଡି । ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ଟିଟିପିଏସର ଚାଲିବା ଅବସ୍ଥା ରହିଥିଲା । କିନ୍ତୁ ଏନଟିପିସି କର୍ତ୍ତୁପକ୍ଷ ପ୍ରଦୂଷଣ ମଂଜୁରି ବାହାନା କରି ଏହାକୁ ବନ୍ଦ କରି ଦେଇଛନ୍ତି । ସେମାନେ ପ୍ରଦୂଷଣ ମଞ୍ଜୁରି ପାଇଁ ଆବେଦନ ମଧ୍ୟ କରି ନାହାନ୍ତି । ଏହି ବନ୍ଦ ପଛରେ ବଡ଼ ଧରଣର ଚକ୍ରାନ୍ତ କରା ଯାଇଛି । ଅନୁଗୁଳ ତାଳଚେର ମାଟିର ପୁଅ ହୋଇଥିବା ସତ୍ବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ପ୍ରତିବାଦ କରି ନାହାନ୍ତି । କେବଳ ଚିଠି ଲେଖି ନିଜ ଦାୟିତ୍ଵ ସାରି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । କେନ୍ଦ୍ର ସରକାର ଏହି ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାର ଚକ୍ରାନ୍ତ କରୁଛନ୍ତି । ଚାଲିବାକୁ ସକ୍ଷମ ଥିବା ଏହି ପ୍ଲାଣ୍ଟକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଣ୍ଡରେ ଅଠା ବୋଳି ବନ୍ଦ କରା ଯାଉଛି । ଯାହାକି ସଂପୂର୍ଣ୍ଣ ଭିତ୍ତିହୀନ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିବେଶ ମଞ୍ଜୁରୀ ପାଇଁ ବାରମ୍ବାର ଚିଠି କରିଥିଲେ ମଧ୍ୟ ଟିଟିପିଏସ କର୍ତ୍ତୁପକ୍ଷ ଗାଲୁଆମୀ କରି ଏହି ପ୍ଲାଣ୍ଟକୁ ବନ୍ଦ କରି ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଆଉ ଏହାର ପ୍ରତିବାଦରେ ଅନୁଗୁଳ ବନ୍ଦ ଡାକରା ଦିଆ ଯାଇଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ବିଭିନ୍ନ ରାସ୍ତା ଉପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି ଆଜି ସକାଳ ୬ଟାଠାରୁ ଦଳୀୟକର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନ , ଛକ , ସରକାରୀ କାର୍ଯ୍ୟାଳୟ ଆଗରେ ଓ ରାଜରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ଅନୁଗୁଳ ସଦର ମହକୁମା ସମେତ ତାଳଚେର ଓ ପାଲଲହଡା , ଆଠମଲ୍ଲିକ , ଛେଣ୍ଡିପଦା , କିଶୋରନଗର ସମେତ କଣିହାଁ ବ୍ଲକର ଏନଟିପିସି ପ୍ଲାଣ୍ଟର ମୁଖ୍ୟଫାଟକ ଓ ଟିଟିପିଏସ ଫାଟକ ସମ୍ମୁଖରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏହା ସହ ତାଲଚେରର ସମସ୍ତ କୋଇଲା ଖଣି ଆଗରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କୋଇଲାଖଣିରୁ ପରିବହନ ବାଧାପ୍ରାପ୍ତ ହୋଇଛି ଏପରିକି ରେଳଧାରଣା ଉପରେ ଆନ୍ଦୋଳନକାରୀ ମାନେ ବସି ରହିଥିବା ଯୋଗୁଁ ରେଳ ଯୋଗେ ଏନଟିପିସିକୁ ଆସୁଥିବା କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଛି । ଆଜିର ଏହି ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ଠପ ହୋଇ ଯାଇଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply