ଆଞ୍ଚଳିକ ବର୍ଷାରେ ବେହାଲ ଅନୁଗୋଳ Angul OnlineJune 25, 2023June 25, 2023 ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ ବର୍ଷାରେ ଏଭଳି ବେହାଲ ହୋଇ ଯାଇଛି ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳ । ମୌସୁମୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ଫଳରେ ଅନୁଗୋଳ ତୁରଙ୍ଗ ଅଞ୍ଚଳରେ ଜାତୀୟ ରାଜପଥରେ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ପାଣି ଭରି ରହିଛି । ଫଳରେ ଗାଡି ମୋଟର ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଅନୁଗୋଳ ସହର ଗାନ୍ଧିମାର୍ଗ ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା , ଦୋକାନୀ ଓ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଅସୁବିଧା ଭୋଗିଥିଲେ । ସେହିଭଳି ଭରତନଗର , ବ୍ରାହ୍ମଣୀଦେଇପଡା ଆଦି ଜଳମଗ୍ନ ହେବା ଫଳରେ ଘର ଭିତରେ ପାଣି ପଶି ଯାଇଥିଲା । ଅନୁଗୋଳ ସହର ନିକଟସ୍ଥ ଏକ ଘରୋଇ ଷ୍ଟିଲ ପ୍ଲାଣ୍ଟ ମଧ୍ୟ ଏହି ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଥିଲା । ପ୍ଲାଣ୍ଟର ଏକ ବଡ଼ ବ୍ରାଉଣ୍ଡରୀ ଭୁଶୁଡି ପଡିଥିବା ଜଣା ପଡ଼ିଛି । ପ୍ରାୟ ଅଞ୍ଚଳ ଜଳମଗ୍ନ ହୋଇଥିବା ଯୋଗୁଁ ଅନେକ ଗୁଡିଏ ମୋଟରସାଇକେଲ , କାର ଆଦି ପାଣିରେ ବୁଡି ରହିଛି । Advertisement
ଟ୍ରକ ଧକ୍କାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲ ଉପରେ ଏକ ଟ୍ରକ୍ ଚଢି ଯିବାରୁ ଘଟଣା…
ଶ୍ରୀଜୀଉଙ୍କ ପଦ୍ମମୁଖ ଦର୍ଶନ କଲେ ସାଂସଦ ଅନୁଗୁଳ – ପବିତ୍ର ଶୁକ୍ଳ ଦ୍ଵିତୀୟା ତିଥିରେ ଶ୍ରୀଜୀଉ ମାନଙ୍କର ପଦ୍ମମୁଖ ବେଶ ଅନୁଗୁଳ ସ୍ଥିତ ଶୈଳଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ବେଶ ଦର୍ଶନ…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର ଅନୁଗୋଳ – ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ…