ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୁଭଦ୍ରା ପଦିଲ ନ୍ୟାୟ ମହାମଞ୍ଚ ପକ୍ଷରୁ ଆସନ୍ତା ୧୯ ତାରିଖ ଦିନ ପିଡିତା ସୁଭଦ୍ରାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁସାରେ କଣିହାଁ ଲୋଧାଝରି ଗ୍ରାମର ସୁଭଦ୍ରା ପାଦିଲ ଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ମହାମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ତେବେ ମହାମଞ୍ଚ ପକ୍ଷରୁ ନଅ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କୋଠର କାର୍ଯ୍ୟନୁଷ୍ଠାନ କରିବା ସହ ପିଡିତା ପରିବାରକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିବା , ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ ଓ କାର୍ଯ୍ୟରେ ଅବହେଳା କରିଥିବା ଥାନା ଅଧିକାରୀଙ୍କୁ ବହିଷ୍କାର କରିବା ଆଦି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ସୁଭଦ୍ରା ପାଦିଲ ନ୍ୟାୟ ମହାମଞ୍ଚ । ସମ୍ପୂର୍ଣ୍ଣ ଅନୁଗୁଳ ଜିଲ୍ଲାର ଅଖ ଚକ ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର ଗୁଡିକୁ ପିକେଟିଂ କରି ବନ୍ଦ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଏହି ବନ୍ଦ ଡାକରାରେ ଜିଲ୍ଲାର ଅନେକ ଦଳିତ ମହାସଙ୍ଘ ସହ ବିଭିନ୍ନ ରାଜନୈତିକ ସଂଗଠନ ସାମିଲ ହେବେ ବୋଲି ସୂଚନା ରହିଛି ।