ମୁଖ୍ୟ ଖବର ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ – ଦ୍ଵିତୀୟ ଥର ପାଇଁ ଅମ୍ବିକା ସଭାପତି Angul OnlineMarch 5, 2023March 5, 2023 ଅନୁଗୋଳ – ଚଳିତ ୨୦୨୩-୨୫ ବର୍ଷ ପାଇଁ ଅନୁଗୋଳ ଜିଲ୍ଲା ଟ୍ରକ୍ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଦିନ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳ ୮ଟା ବେଳେ ସଂଘ କାର୍ଯ୍ୟାଳୟ ପରିସରରେ ସମୁଦାୟ ୬୦୩ଜଣ ଭୋଟର ମତଦାନ କରିଥିଲେ । ଏହି ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା । ସନ୍ଧ୍ୟା ୫ଟା ସମୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା ।ଭୋଟ ଗଣତି ପରେ ନିର୍ବାଚନ ଅଧିକାରୀ ଭୋଟର ଫଳାଫଳ ଘୋଷଣା କରିଥିଲେ । ଏହି ଘୋଷଣା ଅନୁଯାୟୀ ସଂଘର ସଭାପତି ଭାବେ ଇଂ ଅମ୍ବିକା ପ୍ରସାଦ ଭଟ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଭୂତି ପ୍ରସାଦ ଦାସଙ୍କୁ ୧୩୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଥିବା ବେଳେ ଉପସଭାପତି (୧)ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅଶୋକ କୁମାର ଦଳବେହେରାଙ୍କୁ ୧୮୩ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟଳାଭ କରିଛନ୍ତି । ସେହିପରି ଉପସଭାପତି(୨) ଭାବେ ରାଜକିଶୋର ପ୍ରଧାନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରମୋଦ କୁମାର ପ୍ରଧାନଙ୍କୁ ୯୩ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅନୁଗୋଳର ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତଙ୍କୁ ୩୧ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ରଜତ କୁମାର ମହାପାତ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁନିଲ କୁମାର ବେହେରା ଙ୍କୁ ୧୯୮ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଗୌତମ ସାହୁ , ଜିତେନ୍ଦ୍ର କୁମାର ସାହୁ , ପ୍ରମୋଦ କୁମାର ବ୍ରହ୍ମା , କେଶବ ଚନ୍ଦ୍ର ବେହେରା ପ୍ରମୁଖ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ବହୁ ଭୋଟରେ ବିଜୟ ଲାଭ କରିଛନ୍ତି । ରବିବାର ଅନୁଷ୍ଠିତ ନିର୍ବାଚନକୁ ବରିଷ୍ଠ ଓକିଲ ପରମାନନ୍ଦ ମିଶ୍ର ଏବଂ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ପରିଚାଳନା କରିଥିଲେ । Advertisement
ବଦଳିଲେ ଜିଲ୍ଲାର ୫ ତହସିଲଦାର ଅନୁଗୁଳ – ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଅନୁଗୁଳ ଜିଲ୍ଲାର ୫ ଜଣ ତହସିଲଦାରଙ୍କ…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ବାପା ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଏକ…
ପୁଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୁଳ – ରାଜ୍ୟ ପୁଲିସ ବିଭାଗରେ ପୁଲିସ ସବ୍-ଇନ୍ସପେକ୍ଟରଙ୍କର ଇନ୍ସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ…