ମୁଖ୍ୟ ଖବର କ୍ୟାମେରା ନଜରରେ ଅନୁଗୁଳ ସହର Angul OnlineSeptember 29, 2022September 29, 2022 ଅନୁଗୁଳ – ସିସି ଟିଭି ନଜରରେ ରହିବ ଅନୁଗୁଳ ସହର । ମୁଖ୍ୟ ବଜାର ସମେତ ଗଳିକନ୍ଦିରେ ଲାଗିବ ସିସି ଟିଭି କ୍ୟାମେରା ଅନୁଗୁଳ ପୌରପାଳିକା ପକ୍ଷରୁ ଏଥିପାଇଁ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି । ଅନୁଗୁଳର ହେଲଥ କରିଡରରେ ଅଞ୍ଚଳରେ ପ୍ରାୟ ୩୦ ଟି କ୍ୟାମେରା ଲଗା ଯାଇଛି । ସହରର ବିଭିନ୍ନ ସ୍ଥାନରେ ୧୦୦ରୁ ଉର୍ଦ୍ଧ୍ବ କ୍ୟାମେରା ଲଗାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଅନୁଗୁଳ ସହରରେ ବିଭିନ୍ନ ସମୟରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ଠାରୁ ଆରମ୍ଭ କରି ଗାଡ଼ିମୋଟର ଭିଡ଼ ରହୁଛି । ଏହା ସହ ବ୍ୟବସାୟ ପ୍ରତିଷ୍ଠାନ କୁହନ୍ତୁ କିମ୍ବା ଉଠା ଦୋକାନୀ ମାନେ ମନ ଇଛା ଦୋକାନ ଜିନିଷ ରଖିବା ସହ ଅଳିଆ ଆବର୍ଜନା ଫୋପାଡୁଛନ୍ତି । ଯାହା ଫଳରେ ସହରବାସୀ ଓ ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ସହରରେ ସିସି ଟିଭି ଲଗାଇବା ବ୍ୟବସ୍ଥା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ଅନୁଗୁଳ ସହରର ହେଲଥ୍ କରିଡର ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି । ଏହାପରେ ବ୍ୟବସାୟୀକ ଭିଡ଼ ଅଞ୍ଚଳରେ ସିସି ଟିଭି ଲଗାଯିବା ପରେ ସହରର ବିଭିନ୍ନ ସ୍ଥାନରେ ଏହା ଲଗାଯିବ । ଏହି ସିସି ଟିଭିକୁ ଅନୁଗୁଳଳ ପୌର କାର୍ଯ୍ୟାଳୟରୁ ତଦାରଖ କରାଯିବ । ସହରର କେଉଁ ଅଞ୍ଚଳରେ କ’ଣ କରାଯାଉଛି ଏବଂ କେଉଁଠାରେ କ’ଣ ସମସ୍ୟା ରହିଛି ତାହା ସିଧାସଳଖ ଭାବେ ପୌର କାର୍ଯ୍ୟାଳୟରେ ଜଣାପଡ଼ିବ । ସହରକୁ ଆବର୍ଜନା କଲେ ଘରୋଇ ଲୋକ କିମ୍ବା ବ୍ୟାବସାୟିକ ଅନୁଷ୍ଠାନକୁ ଜରିମାନା ପାଇଁ କୋଟିସ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । Advertisement
ନିଦ ଭାଙ୍ଗିଲା ନାହିଁ ବୋଲି ଛାତ୍ରଙ୍କୁ ନିସ୍ତୁକ ମାଡ – ପ୍ରଶାସନର ତଦନ୍ତ ଛେଣ୍ଡିପଦା – ଭୋରରୁ ଉଠିଲେ ନାହିଁ , କି ପାଠ ପଢିଲେ ନାହିଁ । ଏଥିପାଇଁ ରାଗିଗଲେ କୋଚିଂ ସେଣ୍ଟରର ମାଲିକ । ଆଉ ଛାତ୍ରଙ୍କୁ ଜଣ…
ପୁରୁଖା ହଟିଲେ – ପ୍ରତାପ ହେଲେ କ୍ରିକେଟ୍ ଆସୋସିଏସନର ସଭାପତି , ସାଗର ସମ୍ପାଦକ ଅନୁଗୁଳ – ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦରେ ଅନୁଗୋଳ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି…
ସାଙ୍ଗ ବାପାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇବାକୁ ଯିବା ବେଳେ ଚାପିଦେଲା ଟ୍ରକ ଅନୁଗୋଳ – ସାଙ୍ଗର ବାପାଙ୍କ ମୃତ୍ୟୁର ଦୁଃଖ ସମୟରେ ସାଙ୍ଗକୁ ସହାନୁଭୂତି ଜଣାଇବାକୁ ଯାଉଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଗଲା । ଖନ୍ଦାନାଳୀ…