ଅନୁଗୁଳ ଭଲିବଲ କପ୍ – ଭୁବନେଶ୍ୱରକୁ ହରାଇ ଭଦ୍ରକ ଚମ୍ପିୟାନ

ଅନୁଗୁଳ ଭଲିବଲ କପ୍ – ଭୁବନେଶ୍ୱରକୁ ହରାଇ ଭଦ୍ରକ ଚମ୍ପିୟାନ

ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଏକ ତିନି ଦିନିଆ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ୫ ତାରିଖ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ଅନୁଗୁଳ ଜିଲ୍ଲାର ୮ ଟି ଟିମ ଭାଗ ନେଇଥିଲେ । ଜିଲ୍ଲା ସ୍ତରୀୟ ହୋଇଥିବା ଏହି ଦିନରେ ଟାଟା ଷ୍ଟିଲକୁ ୨-୦ ସେଟରେ ହରାଇ ସନ୍ତରାବନ୍ଧ ଟିମ ଚମ୍ପିୟାନ ହୋଇଥିଲା । ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ମୁଖ୍ୟ ଅତିଥି ଓ ଅନୁଗୁଳ ଡିପିଓ ଭିକାରିବନ୍ଧୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଅନୁଗୁଳ ଭଲିବଲ କପ ୨୦୨୪ର ଦ୍ଵତୀୟ ଦିନରେ ରାଜ୍ୟ ସ୍ତରୀୟ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଓଡିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଇଂ ଅବନିକାନ୍ତ ସାହୁ ମୁଖ୍ୟ ଅତିଥି ଓ ଅନୁଗୁଳ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ମ୍ୟାଚରେ ବାଲେଶ୍ଵର, ଭଦ୍ରକ , ଭୁବନେଶ୍ୱର , ରାଉରକେଲା , ପାରାଦୀପ ଓ ବାସନ୍ତୀ ଭଲିବଲ ଟ୍ରଷ୍ଟ ଭାଗ ନେଇଥିବା ବେଳେ ଦୁଇଟି ଗ୍ରୁପରେ ଲିଗ ପର୍ଯ୍ୟାୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଗ୍ରୁପ ଏ ରୁ ଭଦ୍ରକ ଗ୍ରୁପ ଚମ୍ପିୟାନ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ରାଉରକେଲା ଟିମ ରହି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ସେହି ଭଳି ଗ୍ରୁପ ବି ରେ ଭୁବନେଶ୍ୱର ଚମ୍ପିୟାନ ଓ ପାରାଦ୍ୱୀପ ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରି ସେମିଫାଇନାଲକୁ ଉନ୍ନିତ ହୋଇଥିଲେ । ୭ ତାରିଖ ତୃତୀୟ ଦିନରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଠମଲ୍ଲିକର ସମାଜସେବୀ ଅର୍ଜୁନ ସାହୁ ଅତିଥି ଭାବେ ଯୋଗ ଦେଇ ସେମିଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ । ପ୍ରଥମ ସେମିଫାଇନାଲରେ ପାରାଦୀପକୁ ଭଦ୍ରକ ଓ ଦ୍ଵିତୀୟ ସେମିଫାଇନାଲରେ ରାଉରକେଲାକୁ ହରାଇ ଭୁବନେଶ୍ୱର ଫାଇନାଲକୁ ଉତିଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚ ଚିତାକର୍ଷକ ହୋଇଥିବା ବେଳେ ଭଦ୍ରକ ୩-୨ ସେଟରେ ଭୁବନେଶ୍ବରକୁ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଉଦଯାପନି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ମୁଖ୍ୟ ଅତିଥି , ଅନୁଗୁଳ ପୌରପାଳିକା ଭାଇସ ଚେୟାରମ୍ୟାନ ଅନୁପମା ସାହୁ ସମ୍ମାନୀତ ଅତିଥି , ଅନୁଗୁଳ କ୍ରୀଡା ସାଂସଦ ସମ୍ପାଦକ ଗୌର ଗୋବିନ୍ଦ ସାମନ୍ତ , ପୂର୍ବତନ କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ , ଅଭିନେତା ଅମରେଶ ନାଥ , ପୂର୍ବତନ ଜାତୀୟ ଭଳିବଲ ଖେଳାଳି ଶରତ ପାଣି ଅତିଥିଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ଭଦ୍ରକ ର ରାଜୁ , ବେଷ୍ଟ ସେଟର ଭାବେ ଭୁବନେଶ୍ୱରର ଶୁଭ୍ରାଂଶୁ , ବେଷ୍ଟ ଲିବେରୋ ଭାବେ ଭଦ୍ରକର ଜ୍ଞାନ ରଞ୍ଜନ ବେହେରା , ଭଦ୍ରକର ହୃଷିକେଶ ବେଷ୍ଟ ଆଟାକର ଓ ମ୍ୟାନ ଅଫ ଦ ଟୁର୍ଣ୍ଣାମେଂଟ ଭାବେ ଭୁବନେଶ୍ୱର ର ଅଫଜଲଙ୍କୁ ପୁରସ୍କୃତ କରାଯିବା ସହ ଉପ ବିଜେତା ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଏବଂ ବିଜେତା ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରା ଯାଇଥିଲା । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚକୁ ନେସନାଲ ରେଫରି ନିରଞ୍ଜନ ନାୟକ , ସଞ୍ଜୀବ କୁମାର ଚାନ୍ଦ , ରଜନୀକାନ୍ତ ମିଶ୍ର , ଅଶୋକ କୁମାର ପ୍ରଧାନ , ବିଜୟ ବାଘ ପରିଚାଳନା କରିଥିବା ବେଳେ ବାସନ୍ତୀ ଭଲିବଲ ଟ୍ରଷ୍ଟର ସଭାପତି ପ୍ରତାପ ମାଝୀ , ସମ୍ପାଦକ ରଶ୍ମିରଞ୍ଜନ ପ୍ରଧାନ , କୋଷାଧ୍ୟକ୍ଷ ସମରେଶ ନାଥ , ଦିବ୍ୟ ରଞ୍ଜନ ବେହେରା , ନୌଷଦ ଅଲ୍ଲୀ , ଶ୍ରୀଧର ଭଞ୍ଜ , ସୌମ୍ୟ ରଞ୍ଜନ ପଟନାୟକ , ଗୋବିନ୍ଦ ଅଧିକାରୀ , ଅନୁପ ମହାନ୍ତି , ଯତୀନ ସେଠୀ , ଜଗନ୍ନାଥ , ପବିତ୍ର ମହାପାତ୍ର , ଅମ୍ଳାନ ବରାଳ , ଜିତେନ୍ ପ୍ରଧାନ , ବାନାମ୍ବର ପ୍ରଧାନ , ବବୁଲୁ ବେହେରା , ଗୁଡୁ , ପୁନୁ ଆଦି ସହଯୋଗ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply