ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ

ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ

ଅନୁଗୁଳ ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର ପୁଅ ସ୍ଵାଧୀନ ମାଝୀ ୨.୦୮ ମିଟର ଡେଇଁ ଓଡ଼ିଶା ପାଇଁ ବ୍ରୋଞ୍ଚ ପଦକ ଜିତିଛନ୍ତି । ନୂଆଦିଲ୍ଲୀରେ ଓଡ଼ିଶା ପାଇଁ ଏକମାତ୍ର ପଦକ ଜିତିବା ପରେ ତାଙ୍କୁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ଆଥଲେଟିକ୍ ଫେଡ଼େରେସନ ଅଫ୍ ଇଣ୍ଡିଆ ତରଫରୁ ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ୨୩ ବର୍ଷରୁ କମ୍ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ୬ ଜଣ ଭାଗ ନେଇଥିଲାବେଳେ ଏକମାତ୍ର ଆଥଲେଟ୍ ଭାବେ ଉଚ୍ଚଡିଆଁରେ ସ୍ଵାଧୀନଙ୍କୁ ପଦକ ମିଳିଛି । 

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜିଲ୍ଲା ବ୍ରାହ୍ମଣବିଲ ପଞ୍ଚାୟତ କରଡ଼ାବାହାଳ ଗାଁର ନିରଞ୍ଜନ ମାଝୀ ଓ କୁନି ମାଝୀଙ୍କ ପୁଅ ସ୍ଵାଧୀନ ବାପା ଶିକ୍ଷକତା କରୁଥିବା ବେଳେ ମା ଗୃହିଣୀ । ଛୋଟ ବେଳୁ ସ୍ଵାଧୀନଙ୍କର ଖେଳ ପ୍ରତି ବେଶ ଆଗ୍ରହ ଥିଲା । ତେବେ ଗାଁରେ ଥିବା ବେଳେ ତାଙ୍କୁ ବିଶେଷ ସୁଯୋଗ ମିଳି ନଥିବା ବେଳେ ୨୦୧୭ ମସିହାରେ ସେ ଯେତେବେଳେ ଅନୁଗୁଳରେ ଯୁକ୍ତ ଦୁଇ ପଢିବାକୁ ଆସିଲେ ସେତେବେଳେ ଅନୁଗୁଳ ଷ୍ଟାଡିୟମରେ ତାଙ୍କ ଖେଳର ଫାଉଣ୍ଡେସନ ପଡିଥିଲା ଆଉ ଉଚ୍ଚଡିଆଁ ପ୍ରତି ତାଙ୍କର ବେଶ ଆଗ୍ରହ ସୃଷ୍ଟି ହୋଇଥିଲା । ଲାମ୍ବା ଉଚ୍ଚତା ଥିବା ବେଳେ ସେ ଭଲ ଡେଇଁ ପାରିବେ ବୋଲି ଆଶା ନେଇ ସେ ଅଭ୍ଯାସ ଆରମ୍ଭ କରିଥିଲେ ଅନୁଗୁଳରେ ସେମିତି କିଛି ବିଶେଷ ଭିତ୍ତିଭୂମି ନ ଥିବା ବେଳେ ପ୍ରଶିକ୍ଷଣ ଦେବା ପାଇଁ କେହି ନଥିବା ବେଳେ ୟୁ ଟ୍ୟୁବ୍ କୁ ଗୁରୁ କରି ନେଇଥିଲେ ପ୍ରଥମେ ୟୁ ଟୁବ୍ ଦେଖି ଦେଖି ସେ ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ ବିଭିନ୍ନ ବାୟାମ ଶିଖିବା ସହ ଉଚ୍ଚ ଡିଆଁ ପାଇଁ କୌଶଳ ଦେଖି ଦେଖି ନିଜର ଅଭ୍ୟାସ ଜାରି ରଖିଥିଲେ । ଅନୁଗୁଳ ଷ୍ଟାଡିୟମରେ ବାଲି ଉପରେ ଡେଇଁବା କଷ୍ଟକର ହେଉଥିଲା । ଏହି ସମୟରେ ତାଙ୍କର ଭଲିବଲ ଖେଳାଳି ତଥା ପ୍ରଶିକ୍ଷକ ଦିବ୍ୟ ରଞ୍ଜନ ବେହେରାଙ୍କ ସହ ଭେଟ ହୋଇଥିଲା । ଆଉ ତାଙ୍କରି ସହଯୋଗରେ ବସର ପୁରୁଣା ଗଦି ଓ ସିମେଣ୍ଟ ବସ୍ତାରେ ମ୍ୟାଟ୍ ପ୍ରସ୍ତୁତ କରିଥିଲେ । ଆଉ ଦିବ୍ୟ ରଞ୍ଜନ ବେହେରାଙ୍କ ତତ୍ବାବଧାନରେ ନିୟମିତ ଅଭ୍ୟାସ କରିଥିଲେ ଏହି ଅଭ୍ୟାସ ବେଳେ ତାଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସୁଯୋଗ ମିଳିଥିଲା । ସେହିବର୍ଷ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ରେକର୍ଡ କରିବା ସହ ଜାତୀୟ ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ । ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇବା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଏପଟେ ତାଙ୍କ ଖେଳ ପ୍ରତିଭା ଦେଖି କୋଲକତାର ସାଇ ସ୍ପୋର୍ଷ୍ଟସ ହଷ୍ଟେଲରେ ତାଲିମ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ପରେ ୨୦୧୯ ଠାରୁ କଳିଙ୍ଗ ଷ୍ଟାଡିୟମରେ ରହି ଅଭ୍ୟାସ ଜାରି ରଖିଛନ୍ତି । ବିଦେଶୀ କୋଚ୍ ଜେମସ ହିଲିଅରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେ ଏବେ ତାଲିମ୍ ନେବା ସହ ଅଭ୍ୟାସ ଜାରି ରଖିଛନ୍ତି । ଆଉ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ହାସଲ ପରେ ସେ ଆଗକୁ ରାଜ୍ୟ ଓ ଦେଶ ପାଇଁ ଖେଳି ଅନେକ ପଦକ ଆଣିବା ସହ  ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିବାକୁ ଏହି ଯୁବ ଖେଳାଳି ଲକ୍ଷ୍ୟ ରଖିଛନ୍ତି  ।

What’s your Reaction?
+1
1
+1
0
+1
0
+1
0
+1
31
+1
1
+1
0

Leave a Reply