ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା

ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା

ଅନୁଗୋଳ – ଅନୁଗୋଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମ ରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅନୁଗୁଳ ଶିଶୁ ବିଦ୍ୟାମନ୍ଦିରର ପ୍ରିନ୍ସିପାଲ ଡ଼ା ସିଦ୍ଧାନ୍ତ ସାହୁ ସମାରୋହକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥିରୁପେ ସମ୍ବାଦ ଅନୁଗୁଳ ସଂସ୍କରଣର ମୁଖ୍ୟ ପ୍ରଦ୍ୟୁମ୍ନ ରାଉତ,ସମାଜସେବୀ ଅଶୋକ ମୁରକ୍କା,ଗୋପାଳ ମୁନ୍ଦ୍ରା, ଓ ମହେନ୍ଦ୍ର ଅଗରୱାଲ୍ ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ୧୩ଟି ବିଭାଗରେ ଭାଗ ନେଇଥିଲେ । ଉଦଯାପନୀ ସମାରୋହରେ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅଲ୍ ଓଡ଼ିଶା ଲୟରସ ଆସୋସିଏସନ୍ ର ସହ ଅଧ୍ୟକ୍ଷ ଭୂପେଶ ଚନ୍ଦ୍ର ପ୍ରଧାନ,ସଂଗଠନ ର ଉପଦେଷ୍ଟା ଅଶ୍ଵିନୀ କୁମାର ପାଣି,ସୌଭାଗ୍ୟ ନାୟକ, ସଭାପତି ସୁରଞ୍ଜନ୍ ରାଜକୁମାର , ସମ୍ପାଦକ ବବିନ୍ ଚନ୍ଦ୍ର ଗଡ଼ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୁପେ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଆତ୍ମରକ୍ଷା ପାଇଁ କରାଟେ ଭଳି ମାର୍ଶାଲ ଆର୍ଟର ଭୂମିକା ଉପରେ ଆଲୋକପାତ କରିଥିଲେ । ସଂଗଠନ ପକ୍ଷରୁ ସଂଯୋଜକ ମନୋଜ ଆଦିତ୍ୟ ଦାସ,ଏମ ଆର ସାହୁ ଓ କୋଷାଧ୍ୟକ୍ଷ ସୌମ୍ୟ ରଂଜନ ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁସ୍ମିତା ଗଡ଼ନାୟକ ସଂଯୋଜନା କରିଥିଲେ । ଶେଷରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply