ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ

ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ

ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି ଥରେ ଅଣ୍ଟା ଭିଡ଼ିଛି ସାତକୋଶିଆ ବନବିଭାଗ । ଏଥିପାଇଁ ସୋମବାର ଏକ ଟିମ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୬ଟି ଘଡ଼ିଆଳକୁ କୁମ୍ଭୀର ମାନଙ୍କୁ ନେଇ ସାତକୋଶିଆ ଅଭୟାରଣ୍ୟ ଆଠମଲ୍ଲିକ ବନଖଣ୍ଡ ସୁନାଖଣିଆ ଠାରେ ପହଞ୍ଚିଥିଲେ । ଏହି ୬ଟି ଘଡ଼ିଆଳକୁ ନନ୍ଦନକାନନରୁ ଅଣାଯିବା ବେଳେ ସେମାନଙ୍କ ଲାଞ୍ଜରେ ସ୍ୱତନ୍ତ୍ର ଜିପିଏସ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜା ଯାଇଥିବା ନନନ୍ଦକାନନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି । ମହାନଦୀର ସୁନାଖଣିଆ ଘାଟରେ ଏହି ୬ଟି କୁମ୍ଭୀରଙ୍କୁ ଛଡ଼ାଯାଇଥିଲା । ଏହି ୬ଟି ଘଡ଼ିଆଳଙ୍କ ମଧ୍ୟରୁ ୩ଟି ଅଣ୍ଡିରା ଓ ୩ଟି ମାଈ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଗୋଟିଏ ମାଈ ଘଡ଼ିଆଳ କୁମ୍ଭୀର ପ୍ରାପ୍ତ ବୟସ୍କ ହୋଇଥିବା ବେଳେ, ଏହା ଏବେ ପ୍ରଜନନକ୍ଷମ ଅଛି । ଅନ୍ୟ ସମସ୍ତ ଘଡ଼ିଆଳଙ୍କ ବୟସ ପ୍ରାୟ ୧୦ରୁ ୧୨ବର୍ଷ ହୋଇଥିବା ସୂଚନା ମିଳିଛି । ସେହିପରି ଏମାନଙ୍କର ଲମ୍ବ ପ୍ରାୟ ଅଢେଇ ମିଟରରୁ ୩ମିଟର ପର୍ଯ୍ୟନ୍ତ ବୋଲି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗଣ୍ଡରେ ଛଡ଼ାଯାଇଥିବା ମୋଟ ୬ଟି କୁମ୍ଭୀରର ଯତ୍ନ ଓ ପରିଚାଳନା ଦାୟିତ୍ବ ମହାନଦୀ ବନଖଣ୍ଡ ଉପରେ ନ୍ୟସ୍ତ କରାଯାଇଛି । ଏହି କୁମ୍ଭୀର ମାନଙ୍କୁ ଦୈନଦିନ ଗାଇଡ଼ କରିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି । ସେହିପରି ଏମାନଙ୍କ ଦେହରେ ଲାଗିଥିବା ଟ୍ରାନ୍ସମିଟର ଜରିଆରେ ପ୍ରାୟ ୧ କିଲୋମିଟର ଦୂରରୁ ଏମାନଙ୍କ ଅବସ୍ଥିତି ବନବିଭାଗ ଜାଣିପାରିବ । ପେଟ୍ରୋଲିଂ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଏମାନଙ୍କ ଉପରେ ଧ୍ୟାନ ଦେବା ସହ ଦୈନଦିନ କୁମ୍ଭୀର ମାନଙ୍କ ଗତିବିଧି ଉପରେ ଲକ୍ଷ ରଖିବାକୁ କୁହାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply