ମୁଖ୍ୟ ଖବର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ – ସ୍ନାତକରେ ୨ ଓ ପିଜିରେ ୧୦ ନୂଆ ବିଭାଗ Angul OnlineOctober 31, 2022October 31, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବପୁରାତନ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ପୃଷ୍ଠାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି । ଉଚ୍ଚଶିକ୍ଷା ବିଭାଗର ଚିଠି ସଂଖ୍ୟା ୪୫୩୧୧ ୨୯.୧୦.୨୦୨୨ ଅନୁସାରେ ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ୧୦ , ସ୍ନାତକ ଶ୍ରେଣୀର ୨ଟି ନୂତନ ବିଭାଗ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ରସାୟନ ବିଜ୍ଞାନ , ଗଣିତ , ଉଦ୍ଭିଦ ବିଜ୍ଞାନ , କମ୍ପ୍ୟୁଟର ସାଇନ୍ସ , ଇଂରାଜୀ , ଇତିହାସ , ଶିକ୍ଷା , ସମାଜ ବିଜ୍ଞାନ , ସଂସ୍କୃତ ଓ ବାଣିଜ୍ୟ ସ୍ନାତକୋତ୍ତର ବିଭାଗରେ ୨୦୨୨ – ୨୩ ଶିକ୍ଷାବର୍ଷଠାରୁ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏହା ସହିତ ଭୂତତ୍ତ୍ୱ ଓ ହିନ୍ଦୀ ବିଭାଗର ସ୍ନାତକ ଶ୍ରେଣୀରେ ମଧ୍ୟ ଆଗାମୀ ଶିକ୍ଷାବର୍ଷ ଠାରୁ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଅନୁଗୁଳ ମହାବିଦ୍ୟାଳୟରେ ସ୍ନାତକ ଶ୍ରେଣୀରେ ୧୭ଟି ଏବଂ ସ୍ନାତକୋତ୍ତର ଶ୍ରେଣୀରେ ୫ଟି ବିଭାଗ ଥିଲା । ଏହି ନୂତନ ବିଭାଗ ଖୋଲିବା ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ନୂତନ ବିଭାଗ ଖୋଲିବା ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ . ଗଙ୍ଗାଧର କରଙ୍କ ନେତୃତ୍ବରେ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ସଫଳ ହୋଇଥିବାରୁ ଛାତ୍ର , କର୍ମଚାରୀ ମହଲରେ ଖୁସି ଖେଳିଯାଇଛି । Advertisement
ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଅଘଟଣ । ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ । ମୃତ ଦୁଇ ଶିଶୁ…
ଅର୍ଥନୈତିକ ଅବରୋଧ ଯୋଗୁଁ ଭାରିଯାନ ଚଳାଚଳ ଠପ ଅନୁଗୁଳ – ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନଂ . ରାଜ୍ୟ ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି ।…
ବଜ୍ରପାତରେ ୨ ମୃତ ଜଣେ ଆହତ ପାଲଲହଡ଼ା – ଅନୁଗୋଳ ପାଲଲହଡ଼ା ବ୍ଲକ୍ କରଡ଼ାପାଳ ପଂଚାୟତ ସହର ଗୁରୁଜାଙ୍ଗ ଗ୍ରାମରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି ।…