ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗରେ ଥିବା ମହୋତ୍ସବ ସପିଙ୍ଗ ମଲକୁ ଆଜି ପ୍ରଶାସନ ସିଲ କରିଛି । ସିଲ୍ ହୋଇଥିବା ଏହି ମଲଟି ଅନୁଗୁଳ ତାଳଚେର ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ନିକଟରୁ ଗୋଟିଏ ମହଲାର ଅନୁମତି ଅଣାଯାଇଥିବା ବେଳେ ବେଆଇନ ଭାବେ ୩ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଇଥିଲା । ଏଥିସହ ଟ୍ରେଡ ଲାଇସେନ୍ସ ମଧ୍ୟ ନଥିବା ଜଣାପଡିଛି । ତେବେ ଏନେଇ ମଲ ମାଲିକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଖାତିର କରିନଥିଲେ । ଫଳରେ ଅନୁଗୁଳ ପୌରପାଳିକା ଓ ତାମଡା ପକ୍ଷରୁ ସନ୍ଧ୍ୟାରେ ମଲରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ବାହାର କରିଥିଲେ । ଏହାପରେ ମଲକୁ ସିଲ୍ କରାଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି ।
What’s your Reaction?
+1
3
+1
2
+1
1
+1
+1
8
+1
+1
2