ଅନୁଗୁଳ – କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ଆଜି (ଶନିବାର) ଅନୁଗୁଳ ଗସ୍ତରେ ଆସିଥିଲେ । ଅନୁଗୁଳ କିଶୋରନଗର ବ୍ଲକ ଜଏରାଟ୍ ଗ୍ରାମରେ ‘ଜଏରାଟ୍ ତନ୍ତବାୟ ସମିତି’ ହସ୍ତଶିଳ୍ପୀର ବୁଣାକାରଙ୍କୁ ଭେଟି ସେମାନଙ୍କ ସହ କଥା ହୋଇ ତାଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ମାନର ହସ୍ତତନ୍ତ ସାମଗ୍ରୀ ଓ କଳାତ୍ମକ ଉତ୍ପାଦ କେନ୍ଦ୍ର ମନ୍ତ୍ରୀ କିଣିଥିଲେ । ଏହି ସମୟରେ ସେ ସମଗ୍ର ଭାରତବର୍ଷକୁ ସ୍ୱାବଲମ୍ବୀ ତଥା ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେବା ପାଇଁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭୋକାଲ ଫର୍ ଲୋକାଲ୍ ପାଇଁ ଆହ୍ୱାନ କରିଛନ୍ତି । ଜଏରାଟ୍ ଭଳି ଆମ ରାଜ୍ୟ ଓଡ଼ିଶାର ପ୍ରତ୍ୟେକଟି ଗାଁରେ କିଛି ନା କିଛି କଳାତ୍ମକ ହସ୍ତଶିଳ୍ପ ରହିଛି ଯାହା ଓଡ଼ିଆ ଜାତିକୁ ଅନନ୍ୟ ପରିଚୟ ଦେଇଛି । ପରେ କେନ୍ଦ୍ରମନ୍ତ୍ରୀ କିଶୋରନଗରରେ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ସେଠାରୁ ବାହାରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅନୁଗୁଳର ଗାନ୍ଧିମାର୍ଗ ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରତ୍ୟକ୍ଷ ଭାବେ ବହୁମୁଖୀ ସମ୍ମିଳନୀ କକ୍ଷ ଓ ସଭାଗୃହର ଉଦଘାଟନ କରିଥିଲେ । ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଭରଚୁଆଲ ମାଧ୍ୟମରେ ବୌଦ୍ଧ , ଜୟପୁର , ସମ୍ବଲପୁରର ଧନୁପାଲି , ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ଶ୍ରେଣୀ ଗୃହ ଓ ସମ୍ମିଳନୀ କକ୍ଷ ଉପକ୍ରମକୁ ମଧ୍ୟ ଉଦଘାଟନ କରିଥିଲେ । ରାଷ୍ଟ୍ରୀୟ ଶିକ୍ଷା ନୀତିର ବିକାଶ ହେଉଛି ଶିକ୍ଷାର ଏକ ଅଙ୍ଗ ବୋଲି କହିବା ସହ ଦେଶରେ ୩୪ ବର୍ଷ ପରେ ନୂଆ ଶିକ୍ଷା ନୀତି ଆସିଛି । ରାଷ୍ଟ୍ରୀୟ ଶିକ୍ଷା ନୀତି କୁ ଶିଶୁ ବାଟୀକା ଅନୁସରଣ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ସମର୍ପଣ କରିଥିଲେ । ଅନୁଗୁଳ ସହର ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମରେ ଆଗକୁ ଯାଉ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଅନୁଗୁଳ BED କଲେଜର ସମାଧାନ ରାସ୍ତା ବାହାର କରିବା ପରେ କେନ୍ଦ୍ର ଶିକ୍ଷା ନୀତି ଆଧାରରେ ଅନୁଗୁଳ BED କଲେଜକୁ ଜାତୀୟ ସ୍ତରରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲଦେ । ପରେ ସେ ଅନୁଗୁଳ ରାଣୀଗୁଡାଠାରେ ଥିବା ପାର୍ଟି କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ ।
What’s your Reaction?
+1
1
+1
+1
1
+1
+1
3
+1
+1