ମୁଖ୍ୟ ଖବର ଅନୁଗୁଳ ପୌରାଞ୍ଚଳ ସଟଡାଉନ Angul OnlineApril 22, 2021April 22, 2021 ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ରାତି ୯ ଟାରୁ ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ , ବଜାର , ହୋଟେଲ , ପ୍ରତିଷ୍ଠାନ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ଘୋଷଣା କରା ଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ , ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିବ । ଏଥିରେ କୌଣସି ବ୍ୟକ୍ତି ଖିଲାପ କଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରା ଯାଇଛି । ଏହା ସହ ତାଳଚେର ପୌରାଞ୍ଚଳ ସମେତ ବଇଣ୍ଡା ଓ ବାଗଡିଆ ବଜାର ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି । Advertisement
ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା…
ପଦ ହରାଇଲେ ବାଲିପଟା ସରପଞ୍ଚ – ଅନାସ୍ଥା ସପକ୍ଷରେ ଦେଲେ ୧୨ଜଣ ୱାର୍ଡ ସଭ୍ୟସଭ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ବାଲିପଟ୍ଟା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ହୋଇଥିବା ଅନାସ୍ଥା ଭୋଟରେ ପଦ ହରାଇବା ସହିତ ନାଏବ ସରପଞ୍ଚଙ୍କୁ ମିଳିଛି…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଳକଣ୍ଟକ ଅପରେସନ ପାଇଁ ଜଣେ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ତାଳଚେର…