ମୁଖ୍ୟ ଖବର (ଭିଡିଓ)ୟୁକ୍ରେନରେ ଫସି ରହିଛନ୍ତି ଅନୁଗୁଳର ଛାତ୍ର – ଭିଡିଓ କଲରେ ଆମକୁ ଦେଲେ ସ୍ଥିତି ସମ୍ପର୍କରେ ସୂଚନା Angul OnlineFebruary 24, 2022February 24, 2022 ଅନୁଗୁଳ – ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଯୁବକ ଯୁବତୀ । ଏଭଳି ପରିସ୍ଥିତିରେ ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରିତାଅଂଶୁ ଦାସ ସେଠାରେ ରହି ଯାଇଥିବାରୁ ପରିବାରରେ ଭାଲେଣି ପଡିଛି । ଶ୍ରୀତାଂଶୁଙ୍କ ପରିବାର ଏବେ ଭୟର ବାତାବରଣ ଭିତରେ ଅଛନ୍ତି । କିଭଳି ତାଙ୍କ ପୁଅ ସୁରକ୍ଷିତ ଫେରି ଆସିବ ଏ ନେଇ ସେ ଚିନ୍ତିତ ଅଛନ୍ତି । ଆଉ ଯଥାସାଧ୍ୟ ଚେଷ୍ଟା କରି ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଶ୍ରୀତାଂଶୁ ୟୁକ୍ରେନର ଭିନିପ୍ସାରେ ରହି ଚତୁର୍ଥ ବର୍ଷ ଡାକ୍ତରୀ ପାଠ ପଢୁଥିଲେ । ଡାକ୍ତରୀ ପଢିବାକୁ ୟୁକ୍ରେନରେ ଯାଇଥିବାବେଳେ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି । ସେହିଭଳି ଅନୁଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନ ରେ MBBS ପାଠ୍ୟକ୍ରମ କରୁଥିଲେ । ସେଠି ସେ ଫସି ରହିଛନ୍ତି ବୋଲି ଘର ଲୋକ ଭୟଭୀତ ଅବସ୍ଥା ରେ ଅଛନ୍ତି।ଅଲୋକଙ୍କ ପରିବାର ଲୋକେ ଭାରତ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି କେମିତି ସୁରକ୍ଷିତ ଅବସ୍ଥାରେ ଘରକୁ ଫେରିବେ ସେ ନେଇ ପରିବାର ଲୋକ ନିବେଦନ କରିଛନ୍ତି । ସେପଟେ ୟୁକ୍ରେନରେ ଥିବା ଆଲୋକଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି । ଶୁଣନ୍ତୁ କଣ କହୁଛନ୍ତି ଆଲୋକ ….. https://angulonline.com/wp-content/uploads/2022/02/alok.mp4 Advertisement
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…
ପ୍ରତିରକ୍ଷା ସଂଗଠନ ପକ୍ଷରୁ ମକ୍ ଡ୍ରିଲ୍ ତାଳଚେର – ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।…
ଗୁଟଖା ବେପାର ଉପରେ ଚଢାଉ ବଅଁରପାଳ – ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ ରୁ…