ସମସ୍ୟା ନ୍ୟାୟ ପାଇବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି Angul OnlineAugust 24, 2022August 24, 2022 ଅନୁଗୁଳ – ଅନୁଗୁଳ ଥାନା କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗ୍ରାମର ଝରଣା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝରଣା ନାଏକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀ ସୁଧୀର ନାଏକଙ୍କୁ କିଛି ଲୋକ ମିଶି ମାରି ଦେଇଥିଲେ । ବର୍ଷେ ତଳୁ କୁରୁଡ଼ୋଲ ପଞ୍ଚାୟତର ମାଟି ଗାଡ଼ିଆ ସାହି ପଶ୍ଚିମ ପାଖରେ ବୋହି ଯାଇଥିବା ନାଳ ପାଖରେ ଥିବା ଜଙ୍ଗଲର ଏକ ଜାମୁ ଗଛରେ ନିଖୋଜ ଥିବା ସୁଧୀରଙ୍କ କଙ୍କାଳ ଉଧାର ହୋଇଥିଲା । ତାଙ୍କୁ ମାରି ଗଛରେ କେହି ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ଝରଣା । ଏଣୁ ଘଟଣାର ସଠିକ ତଦନ୍ତ କରି ଦୋଷୀ ମାନଙ୍କୁ ଉଚିତ୍ ଦଣ୍ଡ ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ନାଲକୋ ଥାନା ଏ ଦିଗରେ ସଠିକ ତଦନ୍ତ କରୁ ନଥିବା ଝରଣା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ଦେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । Advertisement
ନାଲକୋ ଅଧିକାରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ – ସମସ୍ଯା ସମାଧାନ ହେଲେ ଅଚଳାବସ୍ଥା ହେବ ଦୁର ଅନୁଗୋଳ – ଅନୁଗୋଳ ଜିଲ୍ଲା ଗୋବରା , କର୍ଣ୍ଣପୁର , ବଡଯୋରତା , ତଅଁରା ଓ ପଦ୍ମାବତୀପୁର ପଂଚାୟତରେ ନାଲକୋ ରେଲୱେ ଲାଇନ୍ ଓ ଆଶ…
ନିଯୁକ୍ତି ଓ ଥଇଥାନ ଦାବି ନେଇ କ୍ଷତିଗ୍ରସ୍ତଙ୍କ ସହ ଧାରଣା ଦେଲେ ସାଂସଦ ଅନୁଗୁଳ – ଜନସାଧାରଣଙ୍କ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ସାଂସଦ । ରାଷ୍ଟ୍ରାୟତ କମ୍ପାନୀ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଇଁ ପ୍ଲାଣ୍ଟ ଆଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ…
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…