ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆପ୍ ର ବିକ୍ଷୋଭ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆପ୍ ର ବିକ୍ଷୋଭ

ଅନୁଗୋଳ – ଆମ୍ ଆଦମୀ ପାର୍ଟି ଅନୁଗୋଳ ଜିଲ୍ଲା ତରଫରୁ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ନେଇ ଆନ୍ଦୋଳନ କରିବା ସହ ଅନୁଗୋଳ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆମ୍ ଆଦମୀ ପାର୍ଟି ଅନୁଗୋଳ ଜିଲ୍ଲା ଆବାହକ ଜ୍ୟୋତି ରଞ୍ଜନ ପଣ୍ଡାଙ୍କ ନେତୃତ୍ବରେ ମିଶନ ଶକ୍ତିରେ ସହାୟକ ଷ୍ଟାଫ ଭାବରେ କାମ କରୁଥିବା ଏମବିକେ , ସିଆରପି , ପ୍ରାଣୀମିତ୍ର , କୃଷିମିତ୍ର , ଏବଂ ବ୍ୟାଙ୍କମିତ୍ର ମାନେ ଦୀର୍ଘ ଦଶ ବର୍ଷ ଧରି କାମ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି ନ ହେବା ଅତି କ୍ଷୋଭର ବିଷୟ ଏବଂ ତୁରନ୍ତ ଏହି ଦାବୀକୁ ସରକାର ଗ୍ରହଣ କରନ୍ତୁ । ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଅଧିକରୁ ଅଧିକ ଦାୟିତ୍ଵ ଦେବା ବେଳେ ସେମାନଙ୍କର ଚାକିରୀକୁ ସ୍ଥାୟୀ ନ କରିବା ଏବଂ ଦରମା ବୃଦ୍ଧି କରାନଯିବା ସରକାରଙ୍କର କର୍ମଚାରୀ ବିରୋଧୀ ମନୋଭାବକୁ ସ୍ପଷ୍ଠ କରୁଛି । ମିଶନ ଶକ୍ତିର କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ନେଇ ବିଜୁ ଜନତା ଦଳ ଦ୍ଵାରା ପ୍ରସ୍ତୁତ କରା ଯାଇଥିବା “ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ” ମଧ୍ୟଏହି ଦାବୀ ପୂରଣ ପାଇଁ ଫେବୃଆରି ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲା । ୨୦ ହଜାର ଏମବିକେ , ସିଆରପି , ପ୍ରାଣୀମିତ୍ର ,କୃଷିମିତ୍ର , ବ୍ୟାଙ୍କମିତ୍ର ଏବଂ ଏଲ ଏସ ପି ଏହି ଆନ୍ଦୋଳନରେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିଲେ । ସରକାରରେ ଥିବା ବିଜୁ ଜନତା ଦଳର ନେତା ସୁବାସ ସିଂହ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଧେଶରେ ଏ ପ୍ରକାର ଆନ୍ଦୋଳନ ହେଇଥିଲେ ମଧ୍ୟ ସରକାର ମିଶନ ଶକ୍ତି ସପୋର୍ଟ ଷ୍ଟାଫଙ୍କର ନାର୍ଯ୍ୟ ଦାବୀକୁ ଗ୍ରହଣ କରୁନାହାନ୍ତି କହିବା ସହ ଆମେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଉଛୁ ବୋଲି କହିଥିଲେ । ତେଣୁ ଆମ୍ ଆଦମୀ ପାର୍ଟି ତରଫରୁ ସେମାନେ ମିଶନ ଶକ୍ତିର ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯାଉ ବୋଲି ଦାବୀ କରିଥିଲେ । ଆଗାମୀ ଦିନରେ ଏ ଦାବୀ ପୂରଣ ପାଇଁ ଆମ୍ ଆଦମୀ ପାର୍ଟି ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ସମସ୍ତ ପ୍ରକାର ସହଯୋଗ କରିବ ଏବଂ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବ ବୋଲି ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଗଠନ ସମ୍ପାଦକ ରଞ୍ଜିତ କୁମାର ମହାପାତ୍ର, ପାଲଲହଡା ପହରୀ ଶ୍ରୀକାନ୍ତ ପାଣି, ଆଲୋକ ଭୁତିଆ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply