ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ କରିଛନ୍ତି । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ସୁଚନା ଅନୁସାରେ ଗତ କାଲି ରାତି ୮ ଟା ସମୟରେ ଦୋକାନର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିବା ବେଳେ ଦୁଇଟି ମୋଟରସାଇକେଲରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ । ଡକାୟତ ମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ ଟି ଖଣ୍ଡା ଥିଲା। ସେମାନେ ଆକ୍ରମଣ କରିଥିବା ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ । କିନ୍ତୁ ମାରଣାସ୍ତ୍ର ଓ ମାଉଜରକୁ ସେମାନେ ସାମ୍ନା କରିପାରିନଥିଲେ । ଡକାୟତ ମାନେ ଅମରଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠି ଆଘାତ ଲାଗିଛି । ଏହାପରେ ଡକାୟତମାନେ ଦୋକାନରୁ ଆନୁମାନିକ ୬୦ ହଜାର ଟଙ୍କା ଓ କମ୍ପୁଟର ବୋହିନେଇ ପାଲାଇ ଯାଇଥିଲେ । ୪ ବର୍ଷ ପୂର୍ବରୁ ମଧ୍ୟ ତାଙ୍କର ଏହି ଦୋକାନରେ ଡକାୟତି ହୋଇଥିଲା । ଏ ନେଇ ଅମରଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି ।
What’s your Reaction?
+1
+1
4
+1
+1
1
+1
6
+1
+1
2