ମୁଖ୍ୟ ଖବର ଟ୍ରାଏଲ ରନ ବେଳେ ଫାଟିଲା ପାଉଁଶ ପାଇପ – ଭାସିଗଲା ଆସବାବପତ୍ର Angul OnlineJune 11, 2021June 11, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଡାଳ ଗାଁ ନିକଟରେ ଏନଟିପିସିର ପାଉଁଶ ପାଣି ପାଇପ ଫାଟିବା ଫଳରେ ଏକ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ୬ ଟି ପରିବାରର ଘର ନଷ୍ଟ ହେବା ସହ ଆସବାବ ପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ କଣିହାଁ ଏନଟିପିସିରୁ ବନ୍ଦ ଥିବା ଅନନ୍ତ କୋଇଲା ଖଣିକୁ ପୋତିବା ପାଇଁ ପାଇପ ବିଛା ଯାଇଥିଲା । ଆଜି ଏହି ପାଇପରେ ପାଉଁଶ ପାଣି ଛାଡି ଏହାକୁ ଟ୍ରାଏଲ ରନ କରା ଯାଇଥିଲା । ତେବେ ଏହି ଟ୍ରାଏଲ ରନ ବେଳେ ହଠାତ ପାଇପ ଫାଟି ଯାଇଥିଲା । ଆଉ ସଙ୍ଗେ ସଙ୍ଗେ ପାଉଁଶ ପାଣି ବିଛୁରି ପଡିବା ସହ ଏକଡାଳ ଗାଁ ଭିତରକୁ ପାଣି ମାଡି ଯାଇଥିଲା । ଗାଁର ହରିଜନ ସାହି ଜଳମଗ୍ନ ହେବା ସହ ସେଠାରେ ଏକ ପ୍ରକାର କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘର ଭିତରେ ପାଉଁଶ ପାଣି ପଶି ଯାଇଥିଲା । ଫଳରେ ଘରେ ଥିବା ଖାଦ୍ୟ ସାମଗ୍ରୀ ସମେତ ଆସବାବ ପତ୍ର ସବୁ ନଷ୍ଟ ହୋଇ ଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ସହ କଥା ହେବା ପରେ ଏନଟିପିସି କର୍ତ୍ତୁପକ୍ଷଙ୍କ ସହ କ୍ଷତିପୂରଣ ନେଇ ଆଲୋଚନା କରିଛନ୍ତି । ଆଉ ଭବିଷ୍ୟତରେ ଏଭଳି ଦୁର୍ଘଟଣା କିଭଳି ନ ହେବ ସେଥିପାଇଁ ଦ୍ରୁଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି । Advertisement
୨ ମିନିଟ ୨୫ ସେକେଣ୍ଡରେ ୧୯୫ ଦେଶ ଓ ତାର ରାଜଧାନୀ ନାଁ କହି ରେକର୍ଡ କଲେ ସ୍ନେହାଳି ତାଳଚେର – ୨ ମିନିଟ ମାତ୍ର ୨୫ ସେକେଣ୍ଡ । ସେହି ୨ ମିନିଟ ୨୫ ସେକେଣ୍ଡରେ ବିଶ୍ବର ୧୯୫ଟି ଦେଶର ନାମ ଏବଂ ତା’ର ରାଜଧାନୀ…
ଗାଈ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ଗ୍ରାମ ଶାଳବଣି ସାହି ଠାରେ ଥିବା ଏକ କୁକୁଡ଼ା ଫାର୍ମରେ ବିଛା ଯାଇଥିବା ଉଚ୍ଚ ୧୧କେଭି ବିଦ୍ୟୁତ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା – ଶବକୁ ଝଡାଫୁଙ୍କା କଲା ଗୁଣିଆ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ…