ମୁଖ୍ୟ ଖବର ଗୋଟିଏ ଜୀବନ ଉଦୟ ପାଇଁ ଆସି ଦୁର୍ଘଟଣାରେ ଜୀବନ ହାରିଲେ ଆଶା Angul OnlineJanuary 19, 2024January 19, 2024 ଅନୁଗୁଳ – ଗୋଟିଏ ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଜୀବନ ଚାଲିଗଲା ଆଶକର୍ମୀଙ୍କର । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ହେଲା ମୃତ୍ୟୁ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାଧପୁର ସି ଏଚ ସି ଅଧିନରେ କାର୍ଯ୍ୟରତ ଆଶା ଦିଦି କୁମାରୀ ସାହୁ ଆଜି ଭୋରରୁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଅଞ୍ଚଳରୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ସେ ଏକ ସ୍କୁଟିରେ ଅନ୍ୟ ଜଣଙ୍କ ସହ ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ତାଙ୍କ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାଟି ଜାତୀୟ ରାଜପଥ ୫୫ ଉପରେ ଘଟି ଥିବା ବେଳେ ଜାତୀୟ ରାଜପଥ ର ଦୁରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି । Advertisement
ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର…
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
ଇନିସ୍ପେକ୍ଟର ସ୍ତରରେ ଅଦଳ ବଦଳ ଅନୁଗୋଳ – ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଶନିବାର ପୁଲିସ ଇନିସ୍ପେକ୍ଟର ସ୍ତରରେ ଏକ ଅଦଳ ବଦଳ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକା ଅନୁସାରେ…