ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ

ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ

ଅନୁଗୁଳ – ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ତେବେ ପୂର୍ବରୁ ଜିଲ୍ଲାର ସଦର ମହକୁମାର ଦୁଇଟି ବଡ ବଡ ବ୍ଯାଙ୍କ ଲୁଟ ଓ ଗତ ବର୍ଷ ଦୁଇଟି ଏଟିଏମ ଲୁଟ ହୋଇଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ପୁଣି ଏଟିଏମ ଲୁଟେରାଙ୍କ ଏଭଳି ଉଦ୍ୟମ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ସୂଚନା ଅନୁସାରେ ଅନୁଗୁଳ ସହରର ଅମଲାପଡ଼ା ସ୍ଥିତ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କ୍‌ ର ଏଟିଏମ୍‌ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଡି ଲୁଟ କରିବାକୁ ଉଦ୍ୟମ କରିଥିଲେ ତେବେ କ୍ୟାସ୍‌ ଟ୍ରେ ନ କାଟି ପାରି ଟଙ୍କା ଲୁଟିବାରେ ବିଫଳ ହୋଇଥିଲେ ବିଳମ୍ବିତ ରାତିରେ ଏହି ଲୁଟ ହୋଇଥିବା ଜଣା ପଡିଥିବା ବେଳେ ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ପୁଲିସ ସିସି ଟିଭି ଆଧାରରେ ତଦନ୍ତ କରୁଛି

What’s your Reaction?
+1
3
+1
1
+1
3
+1
1
+1
9
+1
1
+1
1

Leave a Reply